ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟିହେବ ଘୂର୍ଣ୍ଣିବଳୟ

0

ନୂଆଦିଲ୍ଲୀ(ଆମ ଟିଭି): ମାଡ଼ି ଆସୁଛି ବାତ୍ୟା । ଗ୍ରୀଷ୍ମକାଳୀନ ବାତ୍ୟାକୁ ନେଇ ସମସ୍ତେ ଭୟଭୀତ । ତେବେ ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟିହେବ ଘୂର୍ଣ୍ଣିବଳୟ । ଏହା ୭ରେ ଲଘୁଚାପ ଓ ୮ରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ୯ତାରିଖ ବେଳକୁ ବାତ୍ୟା ରୂପ ନେଇପାରେ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ତୀବ୍ରତା, ଗତିପଥ ସଂପର୍କରେ ଜଣାପଡିବ। ତେବେ ବାତ୍ୟାର ଗତିପଥ କେନ୍ଦ୍ରୀୟ ବାଙ୍ଗୋପସାଗର ଦେଇ ମିଆଁମାର ଆଡକୁ ଯିବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହଯାଇଛି।

ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀଙ୍କ ପାଇଁ ୱାର୍ଣ୍ଣିଂ ନାହିଁ । ୭ତାରିଖ ଠାରୁ ଆଣ୍ଡାମାନ ନିକୋବର ଉପକୂଳରେ ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବାତ୍ୟା ୧୧ତାରିଖ ଯାଏଁ ସମୁଦ୍ର ମଧ୍ୟରେ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି । ସମୁଦ୍ରରେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୨୦୦ କିମି ରହିବା ସମ୍ଭାବନା ରହିଛି। ବାତ୍ୟା ୧୨ ତାରିଖ କିମ୍ବା ଏହା ପରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ୯ ତାରିଖ ବେଳକୁ ବାତ୍ୟା ନେଇ ସଠିକ ଆକଳନ କରିହେବ। ଆସନ୍ତାକାଲିଠୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇପାରେ ।

Leave A Reply

Your email address will not be published.