ପୀତବାସଙ୍କୁ ହତ୍ୟା ପାଇଁ ହୋଇଥିଲା ୫୦ଲକ୍ଷର ଡିଲ୍

0

ପୀତବାସପଣ୍ଡା ହତ୍ୟା ମାମଲା ଉପରୁ ହଟିଲା ପରଦା । ପୀତବାସଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ପ୍ରି-ପ୍ଲାନ୍ । ବିହାରରୁ ଆସିଥିଲେ ହତ୍ୟାକାରୀ । ପୂରା ଫିଲ୍ମ ଷ୍ଟାଇଲ୍‌ରେ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ପ୍ରଥମେ ପୀତବାସଙ୍କୁ ରେକି କରିଥିଲେ, ତା ପରେ କେଉଁଠୁ ହତ୍ୟା କରିବେ କେମିତି ହତ୍ୟା କରିବେ ତାର ମାଷ୍ଟର ପ୍ଲାନ୍ ବନାଇଥିଲେ ।

ପ୍ରେସମିଟ୍‌ରେ ବ୍ରହ୍ମପୁର ଏସପି ଦେଉଥିବା ସୂଚନା ଆଧାରରେ, ପୀତବାସଙ୍କୁ ହତ୍ୟା କରିବା ପାଇଁ ୫୦ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା । ହତ୍ୟା ପୂର୍ବରୁ ରେକି କରିଥିଲେ ଅଭିଯୁକ୍ତ । ଏବଂ ପରେ ନୂଆ ପ୍ୟାଣ୍ଟସାର୍ଟ ପିନ୍ଧି ସାମ୍ନାକୁ ଆସିଥିଲେ । ପୀତବାସଙ୍କୁ ନମସ୍କାର ପକାଇ ଗୁଳି କରିଥିଲେ ।

ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏ ସମସ୍ତ ଅପରାଧୀ ବିକ୍ରମ ପଣ୍ଡାଙ୍କ ସହଯୋଗୀ ବୋଲି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ତେବେ ପୀତବାସଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ୩ଥର ଉଦ୍ୟମ କରିଥିଲେ କିନ୍ତୁ ଫେଲ୍ ମାରିଥିଲେ । କିଛିଦିନ ରେକି କରିବା ପରେ ପୀତବାସଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲେ ହତ୍ୟାକାରୀ ।

Leave A Reply

Your email address will not be published.