ନୀତିଶଙ୍କ ଆପତ୍ତି ଜନକ ଟିପ୍ପଣୀଙ୍କୁ ନେଇ ଆମେରିକାର ପ୍ରସିଦ୍ଧ ଅଭିନେତ୍ରୀ କଲେ ସମାଲୋଚନା

0

ଅଡୁଆରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିବାଦୀୟ ବୟାନକୁ ନେଇ ସେ ଚାରିଆଡୁ ସମାଲୋଚନାର ଶିକାର ହୋଇଛନ୍ତି। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ବିବାଦୀୟ ମନ୍ତବ୍ୟକୁ ନେଇ ତାଙ୍କୁ ନିନ୍ଦା କରାଯାଇଛି। ଏବେ ଜଣେ ଆମେରିକାର ଅଭିନେତ୍ରୀ ତଥା ସିଙ୍ଗର ମଧ୍ୟ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଆଫ୍ରିକା-ଆମେରିକା ଅଭିନେତ୍ରୀ ତଥା ସିଙ୍ଗର୍‌ ମ୍ୟାରି ମିଲବେନ ମଧ୍ୟ ନୀତୀଶଙ୍କ କୁମାରଙ୍କ ବୟାନକୁ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଯଦି ସେ ଭାରତର ନାଗରିକ ହୋଇଥାନ୍ତେ ତେବେ ସେ ନୀତୀଶଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିବା ପାଇଁ ବିହାର ଆସିଥାନ୍ତେ। ମିଲବେନ ବିହାର ମହିଳାଙ୍କୁ ନୀତୀଶ କୁମାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଜଣେ ସାହସୀ ମହିଳା ଆଗକୁ ଆସି ବିହାରର ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଘୋଷଣା କରିବା ଉଚିତ ବୋଲି ସେ କହିଛନ୍ତି।

Leave A Reply

Your email address will not be published.