ଅଯଥା ହର୍ଣ୍ଣ ମାରିଲେ ଗଣିବେ ୧୦ ହଜାର ଜରିମାନା

0

ଭୁବନେଶ୍ୱର (ଆମ ଟିଭି): ଆପଣ ଯଦି ଗାଡ଼ି ଚଳାଉଥାନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଗୁରୁତ୍ୱପୂର୍ଣ୍ଣ । କାରଣ ଏବେ ଅଯଥା ହର୍ଣ୍ଣ ବଜାଇଲେ ୧୦ ହଜାର ଟଙ୍କା ଜୋରିମାନା ଗଣିବେ ଗାଡ଼ି ଚାଳକ। ପ୍ରାଥମିକ ଅବସ୍ଥାରେ ନୋଏଡା ପ୍ରଶାସନ ଏପରି ନିୟମ ଲାଗୁ କରିବାକୁ ଯାଉଛି। ନୋଏଡାର କିଛି ନିର୍ଦ୍ଦଷ୍ଟ ଅଞ୍ଚଳରେ ଅଯଥା ହର୍ଣ୍ଣ ବଜାଇଲେ ୧୦ ହଜାର ଟଙ୍କା ଯାଏ ଜୋରିମାନା ଆଦାୟ କରିବାର ବ୍ୟବସ୍ଥା କରାଯାଇଛି। ନୋଏଡା ପ୍ରଶାସନର ଟ୍ରାଫିକ ସେଲ ସହରର ମୋଟ ୧୪୦ଟି ଅଞ୍ଚଳକୁ ସାଇଲେଣ୍ଟ ଜୋନ୍ ଭାବେ ଚିହ୍ନଟ କରିଛି।

ଉକ୍ତ ସାଇଲେଣ୍ଟ ଜୋନଗୁଡ଼ିକରେ ସାଇନ୍ ଲଗାଯିବ। ଫଳରେ ଗାଡ଼ି ଚାଳକ ଉକ୍ତ ଅଞ୍ଚଳଗୁଡ଼ିକରେ ଆଉ ଯଥା ହର୍ଣ୍ଣ ବଜାଇ ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ। ସାଇନ ଲାଗିବା ପରେ ଯଦି କେହି ପ୍ରଥମ ଥର ଅଯଥା ହର୍ଣ୍ଣ ବଜାଇବେ, ତା’ହେଲେ ତାଙ୍କ ଠାରୁ ୧ ହଜାର ଟଙ୍କା ଫାଇନ ଆଦାୟ କରାଯିବ। ସେହିପରି ଦ୍ୱିତୀୟ ଥର ନିୟମ ଉଲ୍ଲଙ୍ଘନ ପାଇଁ ୨ ହଜାର ଟଙ୍କା ଦେବାକୁ ପଡ଼ିବ। ଯଦି କେହି ବାରମ୍ବାର ନିୟମ ଉଲ୍ଲଙ୍ଘନ କରୁଛି ଓ ଜୋରରେ ଶବ୍ଦ କରିବା ଭଳି ହର୍ଣ୍ଣ ବଜାଉଛି, ତା’ହେଲେ ସେଭଳି ଗାଡ଼ି ଚାଳକଙ୍କ ଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ ହେବ।

Leave A Reply

Your email address will not be published.