ପ୍ରାଣ ହରାଇଲେ ଇଟାଲୀ ପ୍ରଧମନ୍ତ୍ରୀଙ୍କ ବନ୍ଧୁ

0

ରୋମ: ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ଟଳି ପଡ଼ିଲେ ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ବନ୍ଧୁ। ରବିବାର ସନ୍ଧ୍ୟାରେ ଇଟାଲୀର ରାଜଧାନୀ ରୋମ୍‌ରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଏକ ଆପାର୍ଟମେଣ୍ଟରେ ବୈଠକ ଚାଲିଥିବା ବେଳେ ଜଣେ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲା। ଏଥିରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ବନ୍ଧୁଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଏହି ଗୁଳିମାଡ଼ରେ ୪ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକଧାରୀକୁ ଗିରଫ କରିଥିଲା। ଏନେଇ ନିଜେ ଇଟାଲୀ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନନ୍ତି।

ରବିବାର ସନ୍ଧ୍ୟାରେ ମେଲୋନି ନିଜ ବାନ୍ଧବୀ ନିକୋଲିଟା ଗୋଲିସାନୋଙ୍କ ସହ ପୂର୍ବରୁ ଉଠାଇଥିବା ଏକ ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରି ଏହି ଗୁଳିକାଣ୍ଡ ବିଷୟରେ ସୂଚନା ଦେଇଥିଲେ। ଫଟୋ କ୍ୟାପସନରେ ମେଲୋନି ଲେଖିଛନ୍ତି, ମୋ ଲାଗି ସେ ସଦାସର୍ବଦା ଏମିତି ସୁନ୍ଦର ଓ ସୁଖି ହୋଇ ରହିବେ। ତାଙ୍କର ଏଭଳି ମୃତ୍ୟୁ ଠିକ୍ ନୁହେଁ।

ସେପଟେ ମିଳିଥିବା ସୂଚନା ମୁତାବକ, ଆହତ ଚାରି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଯେଉଁସ୍ଥାନରୁ ସନ୍ଦିଗ୍ଧ ବନ୍ଧୁକ ଆଣିଥିଲେ ସେହି ସ୍ଥାନକୁ ସିଲ୍ କରାଯାଇଛି। ଘଟଣାର ତଦନ୍ତ କରାଯାଉଥିବା ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି।

Leave A Reply

Your email address will not be published.