ରାସ୍ତାରେ ନିର୍ମାଣ ହେବ ହେଲିପ୍ୟାଡ
ନୂଆଦିଲ୍ଲୀ: ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଜନସ୍ଥାନାନ୍ତରଣ ନିମନ୍ତେ ଦେଶର ସମସ୍ତ ନୂତନ ଜାତୀୟ ରାଜପଥରେ ହେଲିପ୍ୟାଡ୍ ନିର୍ମାଣ କରାଯିବ ବୋଲି ମଙ୍ଗଳବାର ଦିନ ‘ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସମ୍ମିଳନୀ’ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି।
ସମ୍ମଳନୀରେ ଉଦ୍ବୋଧନ ଦେବା ବେଳେ ସିନ୍ଧିଆ କହିଛନ୍ତି, ସମସ୍ତ ନୂତନ ରାଜପଥ ପାଖରେ ହେଲିପ୍ୟାଡ୍ ନିର୍ମାଣ କରାଗଲେ ଭିତ୍ତିଭୂମି ମହଜୁଦ ରହିବ ବୋଲି ଆମେ ସଡ଼କ ପରିବହନ ମନ୍ତ୍ରାଳୟ ସହିତ କଥାବାର୍ତ୍ତା କରିଛୁ। ଜରୁରୀକାଳୀନ ସମୟରେ ହେଲିପ୍ୟାଡ୍ ତୁରନ୍ତ ଜନସ୍ଥାନାନ୍ତରଣରେ ସାହାଯ୍ୟ କରିବ।
ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବେସାମରିକ ବିମାନ ଚଳାଚଳର ସମସ୍ତ ପ୍ରତିନିଧି ଯୋଗ ଦେଇଥିଲେ।