ଗିରଫ ହେଲେ ଅମୃତପାଲଙ୍କ ପ୍ରମୁଖ ସହଯୋଗୀ

0

ଚଣ୍ଡୀଗଡ଼: ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂର ସନ୍ଧାନରେ ନିୟୋଜିତ ପଞ୍ଜାବ ପୁଲିସକୁ ବଡ଼ ସଫଳତା ମିଳିଛି। ଅମୃତପାଲର ଡାହାଣ ହାତ ବୋଲି କୁହାଯାଉଥିବା ପପ୍ପଲପ୍ରୀତକୁ ପୁଲିସ ଗିରଫ କରିଛି। ପପ୍ପଲପ୍ରୀତ ଅମୃତପାଲର ପରାମର୍ଶଦାତା ଭାବେ କାମ କରୁଥିବା କୁହାଯାଉଥିବା ବେଳେ ଅମୃତପାଲ ଫେରାର ହେବାଠାରୁ ସେ ତା’ ସହିତ ଛାଇ ଭଳି ରହିଥିଲେ।

ସୂଚନା ମୁତାବକ, ମାର୍ଚ୍ଚ ୧୮ରେ ପଞ୍ଜାବ ପୁଲିସ ନେବାରିସ୍ ପଞ୍ଜାବ ଦେ ସଂଗଠନର ମୁଖ୍ୟ ଅମୃତପାଲ ସିଂ ଏବଂ ତା’ର ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ସମୟରେ ପୁଲିସ ଅମୃତପାଲର ଶତାଧିକ ସହକର୍ମୀ ଏବଂ ସମର୍ଥକଙ୍କୁ ଗିରଫ କରିଥିଲା। ହେଲେ ଅମୃତପାଲ ତା’ର କିଛି ଘନିଷ୍ଠ ସହଯୋଗୀଙ୍କ ସହ ଖସିଯିବାରେ ସଫଳ ହୋଇଥିଲା। ଏହା ପରଠାରୁ ପୁଲିସ ଅମୃତପାଲକୁ ଖୋଜିବାରେ ଲାଗିପଡ଼ିଛି। ଏପର୍ଯ୍ୟନ୍ତ ଅମୃତପାଲର ଅନେକ ସହଯୋଗୀ ଗିରଫ ହୋଇଥିଲେ ବି ଅମୃତପାଲକୁ ଗିରଫ କରିପାରିନାହିଁ ପୁଲିସ।

Leave A Reply

Your email address will not be published.