ଭୁବନେଶ୍ୱର (ଆମ ଟିଭି): ସୀମାରେ ବୁଲୁଛି ମହାବଳ, ଭୟଭୀତ ଲୋକେ । ଆନ୍ଧ୍ର- ଓଡ଼ିଶା ସୀମାରେ ମହାବଳ ବାଘ ବୁଲୁଥିବାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଗୁଣପୁର ବ୍ଳକର ଅଳ୍ପ ଦୂରରେ ବାଘ ବୁଲୁଥିବା କୁହାଯାଉଛି । ଆନ୍ଧ୍ରର ଶ୍ରୀକାଲୁଲମ୍ ଜିଲ୍ଲା ଭାମିନି ମଣ୍ଡଳରେ ଏହି ମହାବଳ ବାଘ ଚଳପ୍ରଚଳ କରୁଥିବା ମଧ୍ୟ କୁହାଯାଉଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ବୟସ୍କ ମହାବଳ ବାଘ ହଠାତ୍ ରାସ୍ତା ଉପରକୁ ଚାଲି ଆସିବା ସହ କିଛଇ ଦୂର ଅତିକ୍ରମ କରି ଗୋଟିଏ ପୋଲ ତଳକୁ ଖସିଯାଉଛି ।
ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି । ବାଘ ବୁଲିବା ଖବର ଜଣାପଡ଼ିବା ପରେ ଶ୍ରୀକାକୁଲମ୍ ବନ ବିଭାଗର କର୍ମଚାରୀ ସେହି ଅଂଚଳରେ ପହଞ୍ଚିଛନ୍ତି । ସମ୍ଭାବ୍ୟ ସ୍ଥାନରେ ସନ୍ଧାନ ମଧ୍ୟ କରିଛନ୍ତି ବନ କର୍ମଚାରୀ । କିଛି କିଛି ସ୍ଥାନରେ ବାଘର ପାଦ ଚିହ୍ନ ବନ ବିଭାଗ କର୍ମଚାରୀ ଦେଖିଛନ୍ତି ।