ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

0

ଭୁବନେଶ୍ୱର (ଆମ ଟିଭି): ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସୂଚନା ଅନୁଯାୟୀ, ବିଷ୍ଣୁପଦ ସେଠିଙ୍କୁ ଉଚ୍ଚଶିକ୍ଷା ସଚିବ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଅରବିନ୍ଦ ପାଢ଼ୀଙ୍କୁ କୃଷି ଓ କୃଷକ ସଶକ୍ତିକରଣ ସଚିବ ସହ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ, ସଞ୍ଜୟ କୁମାର ସିଂହଙ୍କୁ ଗ୍ରାମ୍ୟ ଉନ୍ନୟନ ସଚିବ ସହ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ବିଡିଏ ଭିସି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଆଇଏଏସ ଅଶ୍ୱଥି. ଏସଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି।

Leave A Reply

Your email address will not be published.