ନୂଆଦିଲ୍ଲୀ (ଆମ ଟିଭି): ଆଜି ଦେଶର ବିଦାୟୀ ଉପରାଷ୍ଟ୍ରପତିଙ୍କୁ ରାଜ୍ୟସଭାରେ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏନେଇ ରାଜ୍ୟସଭାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଦେଶର ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁଙ୍କୁ ସୋମବାର ରାଜ୍ୟସଭାରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବୁଧବାର ନାଇଡୁଙ୍କୁ କାର୍ୟ୍ୟକାଳ ସରୁଛି ଏବଂ ଜଗଦୀପ ଧନଖଡ ଅଗଷ୍ଟ ୧୧ରେ ପଦ ଏବଂ ଗୋପନୀୟତାର ଶପଥ ପାଠ ନେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପ୍ରତ୍ୟେକ ସାଂସଦ ଏବଂ ଯୁବ ପିଢିଙ୍କୁ କହିବାକୁ ଚାହୁଁଛି ଯେ, ସେମାନେ ସମାଜ, ଦେଶ ଏବଂ ଗଣତନ୍ତ୍ର ବିଷୟରେ ନାଇଡୁଙ୍କଠୁ ବହୁତ କିଛି ଶିଖି ପାରିବେ।
Addressing the Rajya Sabha. https://t.co/moQCcpqQQP
— Narendra Modi (@narendramodi) August 8, 2022
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଆମେ ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ତାଙ୍କର କାର୍ୟ୍ୟକାଳ ସମାପ୍ତି ଉପରେ ଧନ୍ୟବାଦ ଦେବାକୁ ଏକତ୍ର ହୋଇଛୁ। ଏହା ଏହି ଗୃହ ପାଇଁ ଭାବୁକ ମୂହୁର୍ତ୍ତ। ଗୃହର ଅନେକ ଐତିହାସିକ ମୂହୁର୍ତ୍ତ ଆପଣଙ୍କ ଗରିମା ଉପସ୍ଥିତି ସହ ଜଡିତ ରହିଛି। ଭେଙ୍କେୟା ଜୀ ଆପଣ ପ୍ରତ୍ୟେକ ଦାୟିତ୍ଵ ବଡ ସସଫଳତାପୂର୍ବକ ନିର୍ବାହ କରିଛନ୍ତି। ନାଇଡୁ ବହୁତ ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି। ସେ ସର୍ବଦା ଯୁବପିଢିଙ୍କୁ ମାର୍ଗଦର୍ଶନ କରିଛନ୍ତି। ତାଙ୍କଠୁ ଗଣତନ୍ତ୍ର ବିଷୟରେ ବହୁତ କିଛି ଶିଖାଯାଇ ପାରିବ। ରାଜ୍ୟସଭାର ଅଧ୍ୟକ୍ଷ ଥିବା ସମୟରେ ଯୁବ ସାଂସଦଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହିତ କରିଛନ୍ତି। ତେବେ ଦେଶର ଆଗାମୀ ଉପରାଷ୍ଟ୍ରପତି ଆସନରେ ବସିବାକୁ ଯାଉଛନ୍ତି ଜଗଦୀପ ଧନଖଡ଼ ।