ଆୟୋଜିତ ହେଲା କ୍ରେଡ଼ାଇ ଭୁବନେଶ୍ୱର ଦ୍ଵାରା ‘ନଗର ଉନ୍ନୟନ ଏବଂ ରିଅଲ୍ ଇଷ୍ଟେଟ୍’ ଉପରେ ବିଶାଳ କର୍ମଶାଳା
ଭୁବନେଶ୍ୱର (ଆମ ଟିଭି): କ୍ରେଡ଼ାଇ ଭୁବନେଶ୍ୱରର ସିଟି ଚାପ୍ଟର, ରାଜଧାନୀ ସ୍ଥିତ ମେଫେୟାର କନଭେନସନରେ ସଫଳତାର ସହିତ ଆୟୋଜନ କରିଛି ‘ନଗର ଉନ୍ନୟନ ଏବଂ ରିଅଲ୍ ଇଷ୍ଟେଟ୍’ ଉପରେ ଏକ କର୍ମଶାଳା ଓ ସେମିନାର । ଏହି କାର୍ଯ୍ୟକ୍ରମ ଓଡ଼ିଶାରେ ସହରାଞ୍ଚଳର ଭିତ୍ତିଭୂମି, ସ୍ଥାୟୀ ବିକାଶ ଏବଂ ରାଜ୍ୟରେ ରିଅଲ୍ ଇଷ୍ଟେଟର ଭବିଷ୍ୟତ ଉପରେ ଆଲୋଚନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ ଠିଆ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ, ଗୃହ ଏବଂ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାର ଶ୍ରୀଯୁକ୍ତ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ, ଏହି କାର୍ଯକ୍ରମରେ ତାଙ୍କ ଅଭିଭାଷଣ ରିଅଲ୍ ଇଷ୍ଟେଟ୍ ଏବଂ ବିକାଶ କ୍ଷେତ୍ରର ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଏକ ଗଭୀର ଅନ୍ତର୍ଦୃଷ୍ଟି ଏବଂ ପ୍ରେରଣା ପ୍ରଦାନ କରିଥିଲା।

ସମ୍ମାନିତ ଅତିଥି ଭାବରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ, ଯେଉଁମାନଙ୍କ ମଧ୍ୟରେ ଥିଲେ, ଶ୍ରୀ ଅସିତ କୁମାର ମହାପାତ୍ର, ମାନ୍ୟବର ଅଧ୍ୟକ୍ଷ, ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ (ଓରେରା), ଡକ୍ଟର ପ୍ରବୋଧ ମହାନ୍ତି, ସଭାପତି, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ଲିମିଟେଡ୍ ।
ଏହି ସେମିନାର ଓ କର୍ମଶାଳାରେ ରାଜ୍ୟର ନଗର ଉନ୍ନୟନ, ପଲିସି କାର୍ଯ୍ୟାନ୍ୱୟନ ଏବଂ ରିଅଲ୍ ଇଷ୍ଟେଟର ସ୍ଥାୟୀତ୍ୱ ଉପରେ ଆଲୋଚନା କରାଯାଇଥିଲା, ଯାହା ଓଡ଼ିଶାରେ ଦାୟିତ୍ୱପୂର୍ଣ୍ଣ ବିକାଶ ପ୍ରତି କ୍ରେଡାଇର ପ୍ରତିବଦ୍ଧତାକୁ ପ୍ରମାଣିତ କରିଥିଲା । କ୍ରେଡାଇ ଭୁବନେଶ୍ୱର ସମ୍ପାଦକ ଶ୍ରୀ ଜଗତ କୁମାର କର କହିଥିଲେ ଯେ ରାଜ୍ୟରେ ରିଅଲ୍ ଇଷ୍ଟେଟର ଚାହିଦା ଯେପରୀ ବଢିଛି, କ୍ରେଡାଇର ଦ୍ଵାୟୀତ୍ୱ ସେହିପରି ବଢିଛି ତେଣୁ ରିଅଲ୍ ଇଷ୍ଟେଟ ସହିତ ରାଜ୍ୟର ଅନ୍ୟାନ୍ୟ ବିକାଶରେ ସହଯୋଗ କରିବା ଆମର ଲକ୍ଷ ମଧ୍ୟ ବଢିଛି ।
ଏହି କାର୍ଯକ୍ରମରେ କ୍ରେଡ଼ାଇ ଭୁବନେଶ୍ୱର, ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିଥିଲା, ଯେଉଁମାନଙ୍କ ମଧ୍ୟରେ ଥିଲେ ଡକ୍ଟର ସତ୍ୟଜିତ ନାୟକ (ଆଇ ପି ଏସ), ପୋଲିସ ଡିଆଇଜି, ବାଲେଶ୍ୱର – (ଉଲ୍ଲେଖନୀୟ ଜନସେବା ପାଇଁ),ଶ୍ରୀମତୀ ଦୂତୀ ଚାନ୍ଦ, ଅଲିମ୍ପିଆନ୍ – (ବିଶ୍ୱ ଆଥଲେଟିକ୍ସରେ ସଫଳତା ପାଇଁ), ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ (କଳା ଏବଂ ସାଂସ୍କୃତିରେ ଅବଦାନ ପାଇଁ), ଶ୍ରୀ କିଶୋର ଦ୍ୱିବେଦୀ, ବରିଷ୍ଠ ସାମ୍ବାଦିକ (ସାମ୍ବାଦିକତାରେ ଉତ୍କର୍ଷତା ପାଇଁ), ଶ୍ରୀ ପ୍ରଣୟ ଜେଠୀ, ମିଡିଆ ପ୍ଲାନର୍ (ମିଡିଆ ଏବଂ ଚଳଚ୍ଚିତ୍ରରେ ସୃଜନଶୀଳ ଅବଦାନ ପାଇଁ), ଆର୍. ସ୍ୱପ୍ନଦତ୍ତ ମହାନ୍ତି, ଅଧ୍ୟକ୍ଷ, ଦି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟ୍ସ (ସ୍ଥାପତ୍ୟରେ ନେତୃତ୍ୱ ପାଇଁ), ଶ୍ରୀ ପ୍ରଶାନ୍ତ ନନ୍ଦ, ପ୍ରଖ୍ୟାତ ଅଭିନେତା (ଓଡ଼ିଆ ସିନେମାରେ ତାଙ୍କର ଐତିହ୍ୟ ପାଇଁ), ଡକ୍ଟର ମୋନିକା ନାୟାର ପଟ୍ଟନାୟକ, ନିର୍ଦ୍ଦେଶକ, ସମ୍ବାଦ ଗ୍ରୁପ୍ (ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍) (ମିଡିଆ ଏବଂ ଉଦ୍ୟୋଗିତାରେ ତାଙ୍କର ନେତୃତ୍ୱ ପାଇଁ) ।
ଏହି କର୍ମଶାଳାରେ କ୍ରେଡାଇ ତରଫରୁ ନେତୃତ୍ୱ ନେଇଥିଲେ କ୍ରେଡାଇ ଓଡ଼ିଶା ଅଧ୍ୟକ୍ଷ, ଶ୍ରୀ ଦେୱା ଶଙ୍କର ତ୍ରିପାଠୀ, ଶ୍ରୀ ସ୍ୱଦେଶ କୁମାର ରାଉତରାୟ, ସଭାପତି, କ୍ରେଡାଇ ଓଡ଼ିଶା, ଶ୍ରୀମତୀ ସୋଫିଆ ଫିରଦୌସ୍, ସଭାପତି, କ୍ରେଡାଇ ଭୁବନେଶ୍ୱର, ଶ୍ରୀ ଜଗତ କୁମାର କର, ସମ୍ପାଦକ, କ୍ରେଡାଇ ଭୁବନେଶ୍ୱର ଓ ଶ୍ରୀ ଅଶୋକ କୁମାର ପାତ୍ର, କୋଷାଧ୍ୟକ୍ଷ, କ୍ରେଡାଇ ଭୁବନେଶ୍ୱର ।
କ୍ରେଡାଇ (କନଫେଡେରେସନ ଅଫ ରିଅଲ ଇଷ୍ଟେଟ୍ ଡେଭଲପର୍ସ ଆସୋସିଏସନ୍ସ ଅଫ ଇଣ୍ଡିଆର) ଓଡ଼ିଶାର ଅଗ୍ରଣୀ ରିଅଲ ଇଷ୍ଟେଟ୍ ଡେଭଲପରମାନଙ୍କୁ ପ୍ରତିନିଧିତ୍ୱ କରେ ଏବଂ ପ୍ରଭାବଶାଳୀ ସାମୁଦାୟିକ ସେବା ପଦକ୍ଷେପ ସହିତ ରାଜ୍ୟ ତଥା ରାଜ୍ୟରେ ନୈତିକ, ସ୍ୱଚ୍ଛ ଏବଂ ଦାୟିତ୍ୱପୂର୍ଣ୍ଣ ରିଅଲ ଇଷ୍ଟେଟ୍ ବିକାଶକୁ ପ୍ରୋତ୍ସାହିତ କରେ।