ଜୀ ସାର୍ଥକର ‘ସନ୍ଧ୍ୟା ରାଗିଣୀ’ରେ ଆରମ୍ଭ ହେବାକୁ ଯାଉଛି ନୂଆ ରୋମାଞ୍ଚ
ଭୁବନେଶ୍ୱର (ଆମ ଟିଭି): ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ସବୁଥର କାହାଣୀରେ ନୂତନତ୍ତ୍ୱ ଓ ରୋମାଞ୍ଚ ଭରିଦିଏ ଜୀ ସାର୍ଥକ । ଯାହାକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଦର୍ଶକେ ନିଜ ଜୀବନ ସହିତ ସଂଯୋଗ କରିପାରନ୍ତି । ଏହି କାରଣ ପାଇଁ ଏହା ସାଜିଛି ଲୋକଙ୍କର ପ୍ରଥମ ପସନ୍ଦ । ଏହି ଧାରାରେ ଆପଣଙ୍କ ମନପସନ୍ଦର ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ରେ ଆରମ୍ଭ ହେବାକୁ ଯାଉଛି ନୂଆ ରୋମାଞ୍ଚ ଯାହା ସୋମବାରରୁ ଶନିବାର ପର୍ଯ୍ୟନ୍ତ ସନ୍ଧ୍ୟା ୬:୩୦ ମିନିଟରେ ପ୍ରସାରଣ ହେଉଛି।
କାହାଣୀ ରେ ସନ୍ଧ୍ୟା – ରାଗିଣୀ ଦୁଇ ଭଉଣୀ ଙ୍କ ବାହାଘର ସମାନ ଦିନରେ ଧାର୍ଯ୍ୟ ହେଇଚି । ସଂଗୀତ- ରାଗିଣୀ ଙ୍କ ବାହାଘର ହୋଇ ଯାଇଛି । କିନ୍ତୁ ବାହାଘର ଦିନ ସନ୍ଧ୍ୟା ଘରୁ ଲୁଚି ଚାଲି ଯାଉଛି ପ୍ରତ୍ୟୁଷ କୁ ବାହା ହେବା ପାଇଁ, କିନ୍ତୁ ପ୍ରତ୍ୟୁଷ କୁ କେଉଁଠି ନ ପାଇ ସନ୍ଧ୍ୟା ଘରକୁ ଫେରିବାକୁ ବାଧ୍ୟ ହୁଏ । କିନ୍ତୁ ପ୍ରଶାନ୍ତ ସନ୍ଧ୍ୟାକୁ ବାହା ହେବାକୁ ମନା କରି ଦିଏ, ସନ୍ଧ୍ୟା କୁ ମଙ୍ଗୁଳା କନ୍ୟା ଭାବରେ ସମୟ ଅତିବାହିତ କରେ । ଏହି ମୌକାର ଫାଇଦା ଉଠାଇ ଭିକି ପଞ୍ଚାୟତ ଆଗରେ ସନ୍ଧ୍ୟା କୁ ବାହା ହେବାର ପ୍ରସ୍ତାବ ଦିଏ। ରଘୁରାଜ ଏସବୁ ଶୁଣି ଭିତରୁ ଭାଙ୍ଗିପଡେ ।
ରାଗିଣୀ ଭିକି କୁ ପାନେ ଦବା ପାଇଁ ରାସ୍ତା ରେ ଭିକି କୁ ମାରେ, ଯେଉଥି ପାଇଁ ଭିକି ପୋଲିସ ଅଭିଯୋଗ କରେ ଓ ରାଗିଣୀ ଜେଲ ଦଣ୍ଡ ଭୋଗେ । ସଙ୍ଗୀତ ରାଗିଣୀକୁ ଜେଲରୁ ବାହାର କରିବାକୁ ଅନେକ ସଂଘର୍ଷ ଜାରି ରଖିଥିଲେ ମଧ୍ୟ ତା ଆଗରେ ବଡ ସମସ୍ୟା ଉପୁଯେ ଅର୍ଥର ।
ଆଶାହୀନ ହୋଇ ସଂଗୀତ ଅର୍ଥ ପାଇଁ ରଘୁରାଜର ସାହାଯ୍ୟ ଲୋଡେ କିନ୍ତୁ ରଘୁରାଜ ପରିବାର ମନା କରିଦିଅନ୍ତି । କିନ୍ତୁ ରଘୁରାଜ ପରେ ଯାଇ ରାଗିଣୀ କୁ ଜେଲ୍ ରୁ ମୁକ୍ତ କରେ ରଘୁରାଜ ପ୍ରଶାନ୍ତ ପାଖକୁ ଯାଇ ସନ୍ଧ୍ୟା ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଅନୁରୋଧ କରନ୍ତି । ପ୍ରଶାନ୍ତ ରାଜି କିନ୍ତୁ ଆଗରେ ରଖନ୍ତି କିଛି ସର୍ତ୍ତ ଯେ ଯଦି ସଙ୍ଗୀତ ଓ ରାଗିଣୀ ଘର ଛାଡ଼ି ସବୁଦିନ ପାଇଁ ଚାଲି ଯାଆନ୍ତି, ତାହେଲେ ସେ ସନ୍ଧ୍ୟା କୁ ବାହା ହେବ
ତେବେ ପ୍ରଶାନ୍ତଙ୍କ ଏହି ସର୍ତ୍ତରେ ସନ୍ଧ୍ୟା ବିବାହ କରିବାକୁ ରାଜି ହେବେ ତ ? ପ୍ରତ୍ୟୁଷ କଣ ସନ୍ଧ୍ୟା ପାଇଁ ପୁଣି ଥରେ ଫେରି ଆସିବ ?
ରଘୁରାଜ କଣ ସନ୍ଧ୍ୟା ରାଗିଣୀ କୁ ଏକାଠି ହେବାକୁ ଦେବେ ?
ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ମନପସନ୍ଦର ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ଦେଖିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍ ।