ଜୀ-ସାର୍ଥକରେ ସଫଳତାର ସହ ଆଗେଇ ଚାଲିଥିବା ମେଗା ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ରେ ଏବେ ପ୍ରେମର ନୂଆ ଅଧ୍ୟାୟ*
ଭୁବନେଶ୍ୱର : ଓଡିଶାର ନମ୍ବର-୧ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ନୂଆ କାହାଣୀ ଓ ତଥା ନାରୀତ୍ବର ଦିଗଦର୍ଶନ ଦେଉଥିବା ମେଗା ଧାରାବାହିକ ସହିତ ତା’ର ଦର୍ଶକଙ୍କ ଭଲପାଇବା ସାଉଁଟିବା ପାଇଁ ଅବିରତ ଚେଷ୍ଟା ଜାରି ରଖିଥାଏ । ସେହି ପରି ଦୁଇ ଭଉଣୀଙ୍କୁ ନେଇ ଏକ ରୋଚକ କାହାଣୀ ‘ସନ୍ଧ୍ୟା ରାଗିଣୀ’ ସଫଳତାର ସହ ଓଡିଆ ଦର୍ଶକଙ୍କ ଆଦୃତ ହୋଇଛି । କାହାଣୀରେ ସବୁବେଳେ ନୂଆ ନୂଆ ପରିବର୍ତ୍ତନ ଆସିଥାଏ । ଯେମିତି ଏବେ ଆରମ୍ଭ ହୋଇଛି ପ୍ରେମର ନୂଆ ଅଧ୍ୟାୟ l
ଏଥର ହୋଲି ପରେ କାହାଣୀରେ ଘଟିଛି ଏକ ଅପ୍ରତ୍ୟାଶିତ ଘଟଣା । ହୋଲି ଦିନ ସଙ୍ଗୀତ୍ ଭାଙ୍ଗ ନିଶାରେ ଚାରୁକୁ ରାଗିଣୀ ଭାବି ନିଜ ମନ କଥା ଖୋଲିକି କହିଦେଇଛି ଯେ କିପରି ସେ ତାକୁ ଭଲ ପାଏ । ତେବେ ସଙ୍ଗୀତ୍ ଓ ରାଗିଣୀର ଭଲ ପାଇବା କ’ଣ ସମସ୍ତ ଜାଣିଦେବେ ? ସେପଟେ ସନ୍ଧ୍ୟା ମଧ୍ୟ ମନେ ମନେ ପ୍ରତ୍ୟୁଷକୁ ଭଲପାଇବାରେ ଲାଗିଛି । ଦୁଇ ଭଉଣୀ ସନ୍ଧ୍ୟା ଓ ରାଗିଣୀ ଙ୍କ ଜୀବନରେ ଆରମ୍ଭ ହୋଇଛି ପ୍ରେମର ନୂଆ ଅଧ୍ୟାୟ । ତେବେ ଆଗକୁ କ’ଣ ହେବ ଜାଣିବା ପାଇଁ ଦେଖନ୍ତୁ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଲୋକପ୍ରିୟ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ସୋମବାରରୁ ଶନିବାର ସନ୍ଧ୍ୟା ୬:୩୦ ରୁ କେବଳ ଜୀ- ସାର୍ଥକରେ । ‘ସନ୍ଧ୍ୟା ରାଗିଣୀ’ ର ମୁଖ୍ୟ ଚରିତ୍ରରେ ଅଛନ୍ତି ନିତୁ ମିଶ୍ର, ହିତେସା, ପ୍ରିୟଙ୍କା, ଦୀପ୍ତି ରେଖା, ଜ୍ୟୋତି, ଆଶୁତୋଷ, ଜୟା ଗୋସ୍ୱାମୀ, ଋଷି ପଟ୍ଟନାୟକ, ପଦାରବିନ୍ଦୁ ଓ କେକେ ।
ଜୀ-ସାର୍ଥକ ର ସବୁ ମେଗା ଧାରାବାହିକ ପରି ‘ସନ୍ଧ୍ୟା ରାଗିଣୀ’କୁ ମିଳିଥିବା ଭଲପାଇବା ପାଇଁ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇବା ସହିତ ହୋଲି ପରେ କାହାଣୀରେ ନୂଆ ମୋଡ଼ ଆସିଛି ଓ ଏହି ମେଗା ଧାରାବାହିକ ମାଧ୍ୟମରେ ଆମ ଦର୍ଶକ ଏକ ନୂଆ ଉପଲବ୍ଧି ପାଇବେ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।