ଭୁବନେଶ୍ୱର(ଆମ ଟିଭି): ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ନନ୍ଦନକାନନରେ ଏକାକୀ ଓ ଜୀବନସାଥୀ ବିନା ରହିଥିବା ଜୀବଜନ୍ତୁଙ୍କ ବଂଶ ବୃଦ୍ଧି ଯୋଜନା କରାଯାଇଛି । ପଦକ୍ଷେପ ସ୍ୱରୂପ ହାଇଦ୍ରାବାଦର ଜନ ଗ୍ରୋଭର୍ସ ଫାର୍ମରୁ ଏକ ହଳ ସୂବର୍ଣ୍ଣ ହାତ ତାମାରିନ ମାଙ୍କଡ ଓ ଏକହଳ ଗୁଣ୍ଡୁଚି ମାଙ୍କଡଙ୍କୁ ନନ୍ଦନକାନନକୁ ଅଣାଯାଇଛି । ଏହି ଦୁଇ ପ୍ରଜାତିର ୪ ମାଙ୍କଡଙ୍କୁ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର କ୍ୱାରେନଣ୍ଟାଇନରେ ରଖାଯାଇଛି ।
ଏମାନଙ୍କୁ କ୍ୱାରେନଣ୍ଟାଇନରେ ମାସେ ରଖାଯିବା ପରେ ଖୁଆ ଭିତରକୁ ଅଣାଯାଇ ବଂଶ ବୃଦ୍ଧି ଲାଗି ପଦକ୍ଷେପ ନିଆଯିବ ବୋଲି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏମାନଙ୍କୁ ଦେଖିବା ପାଇଁ ଲୋକଙ୍କ ମନରେ ପ୍ରବଳ ଆଗ୍ରହ ଥିବା କୁହାଯାଉଛି ।