ନନ୍ଦନକାନନକୁ ଆସିଲେ ନୂଆ ଅତିଥି

0

ଭୁବନେଶ୍ୱର (ଆମ ଟିଭି): ନନ୍ଦନକାନନରେ ବଢୁଛି ଜୀବଜନ୍ତ୍ୁଙ୍କ ସଂଖ୍ୟା । ପୁଣି ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ମିଜୋରାମ ଆଇଜୱାଲ ଚିଡିଆଖାନାରୁ ଦୁଇ ହୁଲକ ଗିବନ ସମେତ ୫ ଜୀବଜନ୍ତୁ ଆସିଛନ୍ତି । ଦୁଇ ଦୁଇ ହୁଲକ ଗିବନଙ୍କ ବୟସ ୪ ବର୍ଷ ଓ ୧୧ ବର୍ଷ । ଅନ୍ୟ ପ୍ରାଣିଙ୍କ ମଧ୍ୟରେ ଅଛନ୍ତି ହିମାଳୟ କଳା ଭାଲୁ, ଘୁଷରୁ ଲାଞ୍ଜ ମାଙ୍କଡ଼ । ଅଦଳବଳଦ ପ୍ରକ୍ରିୟାରେ ନନ୍ଦନକାନନରୁ ଦୁଇ ବାଘ ଦେଇ ୫ ଜୀବଜନ୍ତୁ ଅଣାଯାଇଛି ।

ରାଜ୍ୟ ଉଦ୍ଭିଦ ଉଦ୍ୟାନର ଏସିଏଫ ସୁଦିପ୍ତ ପଣ୍ଡାଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗତକାଲି ରାତିରେ ପ୍ରାଣିମାନଙ୍କୁ ଧରି ନନ୍ଦନକାନନରେ ପହଞ୍ଚିଛନ୍ତି । ଆସିଥିବା ଜୀବମାନଙ୍କୁ ସୁରକ୍ଷା କାରଣରୁ ଏକ ମାସ ସଂଘରୋଧରେ ରଖାଯିବ ବୋଲି ନନ୍ଦନକାନନ କର୍ତୁପକ୍ଷ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.