ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଲାଗୁ ହେଲା ନୂଆ ନିୟମ

0

ପୁରୀ(ଆମ ଟିଭି): ଭିନ୍ନକ୍ଷମ ଭକ୍ତ କିପରି ସୁରୁଖୁରୁରେ ଜଗା ଦର୍ଶନ ପରିପାରିବେ ଏନେଇ ମଙ୍ଗଳବାର ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ନେଇ ମଧ୍ୟ ଆଲୋଚନା ହୋଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଏଏସଆଇ ପକ୍ଷରୁ ନାଟମଣ୍ଡପ ମରାମତି କାର୍ଯ୍ୟ କରିବା ପାଇଁ ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ଅନୁଷ୍ଠିତଷ୍ଠି ହେବ। ଏହି କ୍ରମରେ ରାତି ୨ଟାରୁ ଦ୍ବାରଫିଟା ହୋଇ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ରାତି ୧୧ଟାରେ ମହାପ୍ରଭୁଙ୍କ ପହୁଡ଼ ନୀତି ଅନୁଷ୍ଠିତ ହେବ। ଆସନ୍ତା ୨୩ ଅର୍ଥାତ୍‌ ଫେବୃଆରୀ ୨୩ରୁ ମାର୍ଚ୍ଚ ୧୯ମଧ୍ୟରେ ପ୍ରତିଦିନ ଅପରାହ୍ନ ୧ଟାରୁ ସଂଧ୍ୟା ୭ଟା ଯାଏଁ ଏଏସଆଇ ମରାମତି କାର୍ଯ୍ୟ ତଦାରଖ କରିବ। ଏହା ପରେ ଭକ୍ତମାନେ ଦୈନନ୍ଦିନ ଦର୍ଶନ କରିବା ଭଳି ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

ଅନ୍ୟପଟେ ଏଏସଆଇ ସୁପରିଟେଣ୍ଡଣ୍ଟ କହିଛନ୍ତି, ନାଟମଣ୍ଡପର ବିମ୍‌ରେ ହୋଇଥିବା ଫାଟର ମରାମତି କରାଯିବ। ଷ୍ଟେନଲେସ ଷ୍ଟିଲରେ ନିର୍ମିତ ବିମ୍‌ରେ ଏହାକୁ ସପୋର୍ଟ ଦିଆଯିବ। ତେବେ ବର୍ଷା ଦିନେ ନାଟମଣ୍ଡପରେ ପାଣି ଗଳୁଥିବା ସ୍ଥାନ ଗୁଡିଗୁଡିକର ମରାମତି କରାଯାଇଛି। ନାଟମଣ୍ଡପ ଛାତରେ ଫାଟ ସୃଷ୍ଟିି ହୋଇଥିବା କେତେକ ପଥର ଗୁଡ଼ିିକୁ ବଦଳା ଯାଇଛି। ରତ୍ନଭଣ୍ଡାରର ବାହ୍ୟ ପାର୍ଶର ଉତ୍ତର ପଟ କାନ୍ଥରେ ସାମାନ୍ୟ ଫାଟ ଥିବା ଲେଜର ସ୍କାନିଂରୁ ଜଣାପଡିଥିବା କହିଛନ୍ତି ଏଏସାଆଇ ସୁପରିଟେଣ୍ଡେଣ୍ଟ।

Leave A Reply

Your email address will not be published.