ଭାଙ୍ଗିଗଲା ସୂର୍ଯ୍ୟର ଏକ ଅଂଶ
ନ୍ୟୁୟର୍କ : ଅନେକ ସମୟରେ ମହାକାଶରେ ଏଭଳି ଘଟଣା ଦେଖିବାକୁ ମିଳେ ଯାହା ପୂର୍ବରୁ କେବେ ଦେଖାଯାଇନଥାଏ । ଏପରି ଅଭୁତପୂର୍ବ ଘଟଣା ବୈଜ୍ଞାନିକମାନଙ୍କୁ ବି ଚକିତ କରିଦିଏ । ଏପରି ଏକ ଅତି ବିରଳ ଘଟଣା ଘଟିଛି ସୂର୍ଯ୍ୟପୃଷ୍ଠରେ । ନିକଟରେ ସୂର୍ଯ୍ୟର ଉତ୍ତର ମେରୁର ଏକ ଜ୍ବଳନ୍ତ ପ୍ଲାଜମା ଅଂଶ ବାହାରି ଯାଇ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲା ଓ ପ୍ରାୟ ୮ ଘଣ୍ଟା ପରେ ଏହା ପୁଣି ସୂର୍ଯ୍ୟପୃଷ୍ଠରେ ମିଳେଇଯାଇଥିଲା ।
ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ଯୋଗୁଁ ଏହି ମହାଜାଗତିକ ଦୃଶ୍ୟ ଦେଖିବା ସମ୍ଭବ ହୋଇପାରିଛି । କାଲିଫର୍ଣ୍ଣିଆ ଏରୋସ୍ପେସ କର୍ପୋରେସନର ଜଣେ ବୈଜ୍ଞାନିକ ତାମିତା ସ୍କୋଭ ସୋସିଆଲ ମିଡିଆରେ ନାସାର ଏକ ଛୋଟ ଭିଡିଓ ସେୟାର କରି ଏହି ରୋଚକ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି ।