ପିଉଛନ୍ତି କି ଲେମ୍ବୁ ଚା ,ଜାଣନ୍ତୁ କଣ ମିଳେ ଫାଇଦା

0

ଅଧିକାଂଶ ଲୋକଙ୍କର ଚା’ ପିଇବା ପସନ୍ଦ। ନିଜ ପସନ୍ଦ ଅନୁଯାୟୀ ସଭିଏଁ ଭିନ୍ନ ଭିନ୍ନ ପ୍ରକାରର ଚା’ ପିଇଥାଆନ୍ତି। ମାତ୍ର ଲେମ୍ବୁ ଚା’ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ।

ଲେମ୍ବୁରେ ଆଣ୍ଟି -ଅକ୍ସିଡାଣ୍ଟ,ଭିଟାମିନ ସି ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ଶରୀରର ଅନେକ ଉପକାର କରିଥାଏ।

ଲେମ୍ବୁ ଚା’ ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।

ଲେମ୍ବୁ ଚା’ ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ହୋଇଥାଏ। ଶରୀରରେ ଶିରାପ୍ରଶିରାରେ ରକ୍ତ ସଠିକ ଭାବେ ସଞ୍ଚାଳନ ହୋଇଥାଏ। ଫଳରେ ହୃଦୟ ଜନିତ ରୋଗ ହେବାର ସମ୍ଭାବନା ଖୁବ କମ ଥାଏ।

ଲେମ୍ବୁରେ ପୋଟାସିୟମ ମାତ୍ରା ରହିଛି। ଏହା ରକ୍ତଚାପକୁ ସଠିକ ରଖିବା ସହ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରି ରଖିବାରେ ସହାୟକ ହୋଇଥାଏ।

ନିୟମିତ ଲେମ୍ବୁ ଚା’ ପିଇବା ଦ୍ୱାରା ଗ୍ୟାଷ୍ଟ୍ରିକ,ବଦହଜମି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଓ ମଜଭୂତ କରିବା ପାଇଁ ଲେମ୍ବୁ ଚା’ର ସେବନ କରି ପାରିବେ।

କର୍କଟ ଭଳି ମାରାତ୍ମକ ରୋଗରୁ ରକ୍ଷା କରିବାରେ ମଧ୍ୟ ସହାୟକ ହୋଇଥାଏ।

Leave A Reply

Your email address will not be published.