ନୂଆଦିଲ୍ଲୀ (ଆମ ଟିଭି): ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପସିଗଲା ବିଷଧର ସାପ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବାସଭବନ ‘ମାତୋଶ୍ରୀ’ରୁ ରବିବାର ଅପରାହ୍ଣରେ ଗୋଟାଏ ୪ ଫୁଟିଆ ବିଷଧର ସର୍ପ ବାହାରିବାରୁ ସେଠାରେ ଉପସ୍ଥିତ ଲୋକେ ଆତଙ୍କିତ ହୋଇଯାଇଥିଲେ ବୋଲି ‘ଟାଇମ୍ସ୍ ନାଓ’ ରିପୋର୍ଟ କରିଛି। ଉଦ୍ଧାରକାରୀ ଟିମ୍ ଉକ୍ତ ସାପଟିକୁ ଧରି ନେଇ ବଣରେ ଛାଡ଼ି ଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ବିଷଧର ସାପଟି ନାଗ/ଗୋଖର ପ୍ରଜାତିର। ଅପରାହ୍ଣ ୧.୩୦ରେ ସାପଟି ଦେଖାଯିବା ପରେ ପରେ ଶିବ ସୈନିକମାନେ ‘ୱାଇଲ୍ଲାଇଫ୍ ପ୍ରୋଟେକ୍ସନ୍’କୁ ଫୋନ୍ କରିବା ସହିତ ତାହାକୁ ଧରିବା ପାଇଁ ଅନୁରୋଧ କରିଥିଲେ। ସାପଟିକୁ ଦେଖିବା ପାଇଁ ଉଦ୍ଧବ ଠାକ୍ରେ ବି ନିଜ କୋଠରିରୁ ବାହାରି ଆସିଥିଲେ।