ଆଜି ବୈଠକରେ ନିଶ୍ଚିତ ନିର୍ଯ୍ୟାସ ବାହାରିବ, ଆବଶ୍ୟକ ପଡିଲେ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

0

ଭୁବନେଶ୍ଵର: ୩ ଦିନ ହେଲାଣି ଉପାସରେ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ।  ବଡୁ ସେବାୟତ ଏବଂ ବ୍ରାହ୍ମଣ ନିଯୋଗ ବିବାଦରୁ ସୋମବାର ସନ୍ଧ୍ୟାରୁ ନୀତିକାନ୍ତି ବନ୍ଦ ରହିଛି। ତେବେ ଏହି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଆଜି ବୈଠକରେ ନିଶ୍ଚିତ ନିର୍ଯ୍ୟାସ ବାହାରିବ।  ଦୁଇ ଦିନ ହେଲା ଠାକୁରଙ୍କ ନୀତିକାନ୍ତି ବନ୍ଦ କରିବା ଅତି ଦୁର୍ଭାଗ୍ୟଜନକ କଥା। ଯଦି ସେବାୟତ ନିଯୋଗଙ୍କ ସମସ୍ୟା ରହିଛି , ତେବେ ଆଲୋଚନା କରିବାର ଆବଶ୍ୟକତା ରହିଛି। ଆଲୋଚନା ନ କରି ମହାପ୍ରଭୁଙ୍କ ନୀତି ବନ୍ଦ କରିବା ଠିକ୍ ନୁହେଁ। ତେଣୁ ତର୍ଜମା ପରେ ଆବଶ୍ୟକ ପଡିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.