ଆସନ୍ତା ୧୭ ତାରିଖରୁ ୧୫ ଜିଲାରୁ ପୁରୀକୁ ଗଡ଼ିବ ସ୍ବତନ୍ତ୍ର ଏସି ବସ୍

0

ଭୁବନେଶ୍ୱର(ଆମ ଟିଭି): ପୁରୀକୁ ଗଡ଼ିବ ଏସି ବସ୍ । ଆଉ ଯାତ୍ରୀ ହେବେନି ହନ୍ତସନ୍ତ । ଲକ୍ଷ୍ମୀ ଯୋଜନାରେ ଆସନ୍ତା ୧୭ ତାରିଖରୁ ୧୫ ଜିଲାରୁ ଓଏସ୍ଆର୍ଟିସି ପକ୍ଷରୁ ପୁରୀକୁ ସ୍ବତନ୍ତ୍ର ଏସି ବସ୍ ଆରମ୍ଭ ହେବ। ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଥମ ପର୍ୟ୍ୟାୟରେ ୧୫ଟି ଚାଲିବ। ଏନେଇ କିଣାଯାଇଥିବା ୧୫ଟି ନୂଆ ବସ୍ ବର୍ତ୍ତମାନ ଭୁବନେଶ୍ୱରରେ ପହଞ୍ଚିସାରିଛି। ପରବର୍ତ୍ତୀ ପର୍ୟ୍ୟାୟରେ ଅଧିକ ଜିଲାରୁ ଏହି ବସ୍ ଚଳାଚଳ ଆରମ୍ଭ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ଲକ୍ଷ୍ମୀ ଯୋଜନାର ଟାୟାର-୧ ଅନୁଯାୟୀ ପ୍ରତ୍ୟେକ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳ କରିବ। ଟାୟାର-୨ ଅନୁଯାୟୀ ପ୍ରତ୍ୟେକ ବ୍ଲକସ୍ତରରୁ ଜିଲାକୁ ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିବ। ଟାୟାର-୩ ଅନୁଯାୟୀ ପ୍ରତ୍ୟେକ ଜିଲାରୁ ଭୁବନେଶ୍ୱର ଦେଇ କିଛି ସ୍ବତନ୍ତ୍ର ସ୍ଥାନକୁ ବସ୍ ଚଳାଚଳ କରିବ। ପ୍ରଥମ ପର୍ୟ୍ୟାୟରେ ବଲାଙ୍ଗୀର, ବରଗଡ, ଗଜପତି, ଗଞ୍ଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, କେନ୍ଦୁଝର, ମାଲକାନାଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ରାୟଗ଼ଡା, ସମ୍ବଲପୁର ଏବଂ ସୁନ୍ଦରଗଡରୁ ପୁରୀକୁ ବସ୍ ଚଳାଚଳ କରିବ।

 

Leave A Reply

Your email address will not be published.