ପୁରୀ(ଆମ ଟିଭି): ଶ୍ରୀମନ୍ଦିର ସୁରକ୍ଷା ଓ ଭିଡକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନେଲେ ବଡ଼ ନିଷ୍ପତ୍ତି । ଶ୍ରୀମନ୍ଦିର ପାଇଁ ଗଠନ ହେବ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ। ଏହାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ସୁରକ୍ଷା, ଭିଡ ନିୟନ୍ତ୍ରଣ ଓ ଭକ୍ତଙ୍କ ସୁବିଧା ବାଟାଲିୟନର ଫୋକସରେ ରହିବ ।
କୋଭିଡ ପରେ ପ୍ରତିଦିନ ପୁରୀକୁ ୫୦ ହଜାର ଭକ୍ତ ଆସୁଛନ୍ତି । ସପ୍ତାହର ଶେଷ ଦିନ ଓ ବିିଭିନ୍ନ ପର୍ବପର୍ବାଣୀରେ ଭକ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପୁରୀକୁ ଭକ୍ତଙ୍କ ସମାଗମ ବଢିବ । ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନରେ ୧୧ ଶହ ୯୦ ଜଣ ସୁରକ୍ଷାକର୍ମୀ ରହିବେ । ପୁରୀ ଏସପିଙ୍କ ନିୟନ୍ତ୍ରଣ ଓ ନିର୍ଦ୍ଦେଶରେ ଏହି ବାଟାଲିୟନ କାମ କରିବ ।