ଓଲିଉଡ୍ ଜଗତକୁ ଶକ୍ତ ଝଟକା; ଆଖି ବୁଜିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର
ଭୁବନେଶ୍ୱର (ଆମ ଟିଭି): ସବୁଦିନ ପାଇଁ ହଜି ଗଲେ ସ୍ବରର ଯାଦୁଗର ହ୍ୟୁମାନ ସାଗର । କିଛି ସମୟ ପୂର୍ବରୁ ଭୁବନେଶ୍ବର ଏମ୍ସରେ ତାଙ୍କର ପରଲୋକ ହୋଇ ଯାଇଛି। ହ୍ୟୁମାନଙ୍କ ଜନ୍ମ ୧୯୦୯୦ ମସିହା ଏପ୍ରିଲ ୨୧ ତାରିଖରେ । ଘର ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ । ସେ ରହୁଥିଲେ କଟକ ସିଡିଏ-୯ରେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଥିଲେ ତାଙ୍କର ଗୁରୁ । ୨୦୧୭ ମସିହାରେ ସେ ଶ୍ରୀୟା ମିଶ୍ରଙ୍କୁ ବିବାହ କରିଥିଲେ ।
ପ୍ରଥମେ ଏକ ଘରୋଇ ଚ୍ୟାନେଲ ରେ ଆମରି ସ୍ୱର ରେ ଭାଗ ନେଇଥିଲେ ହ୍ୟୁମାନ ସାଗର ଓ ତାପରେ ଆଉ ଏକ ଘରୋଇ ଚ୍ୟାନେଲ ର ଏକ ରିଆଲିଟି ଶୋ ରେ ଭାଗ ନେଇଥିଲେ।ସେହି ଶୋ ର ନା ହେଲା VOICE OF ODISHA ସେଥିରେ ବିଜେତା ହୋଇଥିଲେ ୨୦୧୨ ମସିହାରେ।କିନ୍ତୁ ୨୦୧୨ ମସିହା ପୂର୍ବରୁ ବହୁତ ଥର ବିଭିନ୍ନ ଗୀତ ଷ୍ଟୁଡ଼ିଓ ରେ ବସି ରହୁଥିଲେ ଗୀତ ଗାଇବାର ସୁଯୋଗ ପାଇଁ।କିନ୍ତୁ ଗୀତ ଗାଇବାର ସୁଯୋଗ ପାଇନଥିଲେ ହ୍ୟୁମାନ।ଯେତେବେଳେ ଘରୋଇ ଶୋ ରେ ବିଜେତା ହେଲେ ହ୍ୟୁମାନ ଙ୍କ ଭାଗ୍ୟ ଖୋଲିଗଲା।ପ୍ରଥମ ଫିଲ୍ମ something something ପାର୍ଟ 2 ରେ ପ୍ରେମ ହେଇଯାଏ ରେ ଓ ଇସ୍କ ତୁ ହି ତୁ ରେ ଗୀତ ଗାଇବାର ସୁଯୋଗ ପାଇଥିଲେ।ନିଜର ସୁରିଲା କଣ୍ଠ ରେ ଗୀତ ଗାଇ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଲେ ହ୍ୟୁମାନ।ବହୁତ ସାରା ରୋମାଣ୍ଟିକ ଗୀତ ହିଟ ଦେଇ ସମସ୍ତଙ୍କର ପ୍ରିୟ ଗାୟକ ହେଇଗଲେ ହ୍ୟୁମାନ।ଓଡିଶା ର ଘରେ ଘରେ ସବୁ ଶ୍ରୋତା ହ୍ୟୁମାନ ସାଗର ଙ୍କ ଫ୍ୟାନ ହେଇଗଲେ ଆଉ ଗୁଣୁ ଗୁଣୁ ହୋଇ ଗୀତ ମଧ୍ୟ ଗାଇଲେ ଶ୍ରୋତା।
ଫିଲ୍ମ ଓ ଆଲବମରେ ଗାଇଥିବା ସୁପର ହିଟ ଗୀତ-ନିଶ୍ୱାସ ତୋ ବିନା, ତୋ ପ୍ରେମରେ ଆଜି ପାଗଳ ମୁଁ, ଗଜଲ ଗଜଲ, ଭିଜେଇ ଦେଇ ଯାଆ ଥରେ, ହାତ ଧରି ମୋର ଚାଲି ଶିଖେଇଲ ବାପା ବାପା, ସ୍ମାର୍ଟ ସିଟି ଝିଅଟା ଆସି ପିଟି ହେଲାରେ, ଆଧାର କାର୍ଡ଼ ଲିଙ୍କ ହେଲେ, ତୁ ଠକିଦେଲୁ, ତୁ ଠକିଦେଲୁ, ଟାଇମ ଗୋଟେ ଝିଅଟେ ତୁ କରିଲୁ ପାଗଳ, ମା ତୋ ବିନା ମୁ ରହି ପାରିବିନି, ତୁ ମେଘ ହେଇଯା ମତେ ସାଥେ ନେଇଯା। ଏମିତି ଶହ ଶହ ସୁପରହିଟ୍ ଗୀତ ସବୁ ୧୩ ବର୍ଷ ଧରି ଶ୍ରୋତାମାନଙ୍କୁ ଭେଟି ଦେଇଛନ୍ତି ହ୍ୟୁମାନ ।
ସବୁଠୁ ବଡ଼ କଥା ହ୍ୟୁମାନ ଯେଉଁ ଗୀତ ଗାଉଥିଲେ ସେ ଗୀତ ଜୀବନ୍ତ ହୋଇ ଯାଉଥିଲା। ଆଉ ଶେଷରେ ଯେତେବେଳେ ସୋସିଆଲ ମିଡିଆରେ ଗୀତ ଆସେ ମିଲୟନ ମିଲିୟନ ଭିଉଜ ହୁଏ। ସେ ଦୁଖଃଭରା ଗୀତ ହେଉ ବା ରୋମାଣ୍ଟିକ ଗୀତ ତାଙ୍କ ସ୍ବର ଯେମିତି ସବୁ ଗୀତକୁ ସୁହାଏ । ଆଉ ସବୁ ପ୍ରକାର ଗୀତ ଗାଇବାର ମାଷ୍ଟର ଥିଲେ ହ୍ୟୁମାନ ସାଗର।
ଗତ ଛ ମାସ ଧରି ହ୍ୟୁମାନ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା। ତା ଭିତରେ ବି ନିଜର ସ୍ୱାସ୍ଥ୍ୟର ଯତ୍ନ ନନେଇ ଗୀତ ଗାଇ ଚାଲିଥିଲେ। ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଡାଇଲେସିସ ଚାଲିଥିଲା। ପରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଉ ସେଇଠି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ହ୍ୟୁମାନ ।