ବିଶାଖପାଟଣା ବେଳାଭୂମି ନିକଟରେ ଥିବା ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ

0

ନୂଆଦିଲ୍ଲୀ (ଆମ ଟିଭି): ବିଶାଖାପାଟଣା ରୁ ଏକ ବଡ଼ ଖବର ଆସି ପହଞ୍ଚିଛି । ବିଶାଖପାଟଣା ବେଳାଭୂମି ନିକଟରେ ଥିବା ମାଛଧରା ବନ୍ଦରରେ ଭୟାବହନ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ନିଆଁଲାଗି ମତ୍ସ୍ୟଜୀବୀଙ୍କ ୪୦ଟି ବୋଟ୍ ଜଳିଯାଇଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । କୌଣସି ଦୁର୍ବୃତ୍ତ ବୋଟରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଗୋଟିଏ ମାଛଧରା ବୋଟରେ ନିଆଁ ଲାଗିଯିବା ପରେ ଚାହୁଁଚାହୁଁ ଆଖପାଖରେ ଥିବା ୪୦ଟି ବୋଟକୁ ନିଆଁ ବ୍ୟାପୀ ଯାଇଥିଲା

ଅଗ୍ନିକାଣ୍ଡ ସମୟରେ ଗୋଟିଏ ବୋଟରେ ଥିବା ଏଲପିଜି ସିଲିଣ୍ଡର ପ୍ରଚଣ୍ଡ ଶବ୍ଦ କରି ବିସ୍ପୋରଣ ହେବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଖବର ପାଇ ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିଆଁକୁ ସଂପୂଣ୍ଣ ର୍ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀଙ୍କୁ ୫ ଘଣ୍ଟ ସମୟ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ୨୫ଟି ବୋଟ ପୋଡି ପାଉଁଶ ହୋଇଯାଇଥିବା ବେଳେ ୪୦ଟି ଡଙ୍ଗା ପୋଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.