ନୂଆଦିଲ୍ଲୀ (ଆମ ଟିଭି): ଗ୍ରୀସରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ମଙ୍ଗଳବାର ରାତିରେ ଗ୍ରିସ୍ରେ ୨ଟି ଟ୍ରେନ୍ ମୁହାଁମୁହିଁ ଧକ୍କା ଖାଇବା ଯୋଗୁଁ ୨୬ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୮୫ଜଣ ଆହତ ହୋଇଛନ୍ତି ବୋଲି ଆଜି ଗ୍ରିକ୍ ଅଗ୍ନିଶମ ବିଭାଗ କହିଛି।
‘ଗ୍ରିକ୍ ଫାୟାର୍ ସିର୍ଭିସ୍’ର ମୁଖପାତ୍ର ଭାସିଲିସ୍ ଭର୍ଥାକୋଗିଆନ୍ନିସ୍ କହିଛନ୍ତି ଯେ, ୩୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ଟ୍ରେନ୍ଟି ମଙ୍ଗଳବାର ରାତିରେ ଲାରିସା ନଗରୀ ନିକଟବର୍ତ୍ତୀ କେନ୍ଦ୍ରୀୟ ଗ୍ରିସ୍ର ଟେମ୍ପି ଅଞ୍ଚଳରେ ଗୋଟାଏ ମାଲ୍ବାହୀ ଟ୍ରେନ୍ ସହିତ ଧକ୍କା ଖାଇଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ନିମନ୍ତେ ଅନ୍ୟୂନ ୧୫୦ଜଣ ଅଗ୍ନିଶମ କର୍ମଚାରୀ , ୧୭ଟି ଗାଡ଼ି ଓ ୨୦ଟି ଆମ୍ବୁଲାନ୍ସ୍ ମୁତୟନ କରାଯାଇଛି। ଯାତ୍ରୀବାହୀ ଟ୍ରେନ୍ଟି ଆଥେନ୍ସ୍ରୁ ଥେସାଲୋନିକ୍ ଅଭିମୁଖେ ଯାତ୍ରା କରୁଥିଲା। ‘ଗ୍ରିକ୍ ଫାୟର୍ ସର୍ଭିସ୍’ର ମୁଖପାତ୍ର ଆଇଓନିସ୍ ଆଟ୍ରୋପୋଇଓସ୍ ଆଜି ଗ୍ରିକ୍ ଟେଲିଭିଜନ୍କୁ କହିଛନ୍ତି ଯେ, ତଲାସ ଓ ଉଦ୍ଧାର କାର୍ୟ୍ୟ ଚାଲିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ।