ବାବୁସାନ ପାଖକୁ ଆସୁଥିଲା ଧମକର ଫୋନ୍: ଅପରାଜିତା ମହାନ୍ତି
ଭୁବନେଶ୍ୱର (ଆମ ଟିଭି): ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ଭିଡିଓ ଭାଇରାଲ ଘଟଣା ଦିନକୁ ଦିନ ଭିନ୍ନ ମୋଡ ନେଉଛି । ଅଭିନେତା ବାବୁସାନ ମହାନ୍ତି ଓ ତୃପ୍ତିଙ୍କ ପାରିବାରିକ କଳହ ମାମଲାରେ ମୁହଁ ଖୋଲିଛନ୍ତି ଅପରାଜିତା ମହାନ୍ତି । ଅପରାଜିତା ଗଣମାଧ୍ୟମ ଆଗରେ ନିଜର ମତ ରଖିବା ବେଳେ କୋହଭରା କଣ୍ଠରେ ନିଜର ସ୍ତ୍ରୀ, ପୁଅ, ଓ ବାପା, ମା’ଙ୍କ ନିକଟକୁ ବାବୁସାନଙ୍କୁ ଫେରିଆସିବାକୁ କହିଛନ୍ତି । ବାବୁ ଆଗରୁ ଏମିତି ନଥିଲା । କିଛି କୁସଙ୍ଗତରେ ଫଡ଼ି ଖରାପ ବାଟକୁ ଚାଲିଯାଇଛି ବୋଲି ଅପରାଜିତା ମହାନ୍ତି କହିଛନ୍ତି ।
ତାହା ସହ ସେ ଆହୁରି କହିଛନ୍ତି ବାବୁସାନଙ୍କ ନିକଟକୁ ଧମକର ଫୋନ୍ ଆସୁଥିଲା । ବାବୁସାନ ବହୁତ ଭଲପିଲା ଓ ସ୍ନେହୀ । ତାହାଛଡ଼ା ବନ୍ଧୁ କାହାକୁ କୁହାଯାଏ ବୋଲି ଅପରାଜିତା ପ୍ରଶ୍ନ କରିବା ସହ ବନ୍ଧୁର ଅର୍ଥକୁ ନେଇ ଭଲଭାବେ ବୁଝାଇ କହିଛନ୍ତି । ଅପରାଜିତା କହିଛନ୍ତି, ଜଣେ ପ୍ରକୃତ ବନ୍ଧୁ ଅନ୍ୟ ଜଣେ ବନ୍ଧୁର କେବେ ବି ଅନିଷ୍ଟ କରିବନି । ଯାହାର ସ୍ୱାର୍ଥ ଥିବ ସେ ଅନିଷ୍ଟ ଚିନ୍ତା କରିବ । କରୋନା ସମୟରେ ବାବୁସାନ ଖରାପ ସାଙ୍ଗରେ ପଡ଼ିଥିଲା ।