ଗାଁ ଗାଁ ରେ ଗୀତା ଓ ଜଗନ୍ନାଥ କଥାମୃତ ପ୍ରଚାର ପ୍ରସାର ପାଇଁ ତ୍ରିଦିବସୀୟ “ପ୍ରବାଚକ ପ୍ରଶିକ୍ଷଣ ” ଶିବିର ଉଦଯାପିତ 

0

ଭୁବନେଶ୍ୱର :ଶ୍ରୀମଦ ଭଗବତ ଗୀତା, ଭାଗବତ ଓ ସ୍କନ୍ଦ ପୁରାଣର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଏହି ସମସ୍ତ ଶାସ୍ତ୍ରର କଥା ବସ୍ତୁ ସମ୍ବଳିତ ତ୍ରିଦିବସୀୟ “ପ୍ରବlଚକ ପ୍ରଶିକ୍ଷଣ ଶିବିର” ଆର ସି ଏମ ଜଗନ୍ନାଥ ମନ୍ଦିର ପ୍ରେକ୍ଷାଳୟ, ଚନ୍ଦ୍ରଶେଖର ପୁର ଠାରେ ଆଜି ଉଦଯାପିତ ହୋଉଯାଇଛି l ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଙ୍କ କରକମଳରେ 22 ତାରିଖ ଦିନ ଶୁଭ ଉଦଘାଟନ ହୋଇଥିଲ l ପ୍ରତ୍ୟହ ସକାଳ 9 ରୁ ରାତ୍ରି 9ଘଟିକା ପର୍ଯ୍ୟନ୍ତ ) ଚାଲିଥିଲା l

ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ, ପୁରୀ ଓ ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ପରିଷଦ, ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ଵରର ମିଳିତ ସହଯୋଗରେ ଏହି “ପ୍ରବlଚକ ପ୍ରଶିକ୍ଷଣ ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଖୋର୍ଦ୍ଧା ଜିଲ୍ଲାର ସଙ୍କୀର୍ତ୍ତନ ମଣ୍ଡଳୀର ଗାୟକ/ବାୟକ/ ସଭ୍ୟ-ସଭ୍ୟା, ଯେଉଁମାନେ ଭାଗବତ ଗୀତlର ସରଳ ପ୍ରଚାର ପ୍ରସାର ପାଇଁ ଆଗ୍ରହୀ ହୋଇ ପ୍ରବlଚକ ଦାୟିତ୍ଵ ନେଇ ଶ୍ରୀମଦ ଭଗବଦ ଗୀତା, ଭାଗବତ ଓ ସ୍କନ୍ଦ ପୁରାଣର ପ୍ରବଚନ ମାଧ୍ୟମରେ ଗ୍ରାମାଞ୍ଚଳ, ଶିକ୍ଷାନୁଷ୍ଠାନ ଓ ସହରାଞ୍ଚଳରେ ଆୟୋଜନ କରି ଧାର୍ମିକ, ଆଧ୍ୟତ୍ମିକ ସାମାଜିକ ମୂଲ୍ୟବୋଧର ପ୍ରଚାର କରିବେ, ସେମାନଙ୍କୁ ଉତ୍ତମ ପ୍ରବଚନ ପ୍ରଦାନ ଶୈଳୀ ସମ୍ପର୍କରେ ଏହି ପ୍ରବlଚକ ପ୍ରଶିକ୍ଷଣ ଶିବିରରେ ତାଲିମ୍ ପ୍ରଦାନ କରା ଯାଇଥିଲା l ପ୍ରଶିକ୍ଷଣ ନେବା ପରେ ସେମାନେ ଉତ୍ତମ ପ୍ରଚାର ପ୍ରସାର ଦାୟିତ୍ଵ ମଧ୍ୟ ନେବେ ଏବଂ ବ୍ୟାପକ ପ୍ରଚାର ପ୍ରସାର କରିବେ l ଆଜି ତୃତୀୟ ଦିବସ ରେ ଶ୍ରୀ ଶ୍ରୀ ସତ୍ୟାନନ୍ଦ ଦାସ ମହାରାଜ ପୂର୍ବାହ୍ନ ରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରି ସ୍କନ୍ଦ ପୁରାଣ ତଥା ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ସମ୍ପର୍କ ରେ ପ୍ରବାଚକ ମାନଙ୍କୁ ଉଦବୋଧନ ଦେବା ସହିତ ପ୍ରବଚନ ଶୈଳୀ ସମ୍ପର୍କ ରେ କହିଥିଲେ l ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀ ଯୁକ୍ତ ନରେଶ ଚନ୍ଦ୍ର ଦାସ କୃଷ୍ଣ ଲୀଳା ସମ୍ପର୍କ ରେ ଆଲୋକପlତ କରି ମହାପ୍ରଭୁଙ୍କ ସମର୍ପିତ ହୋଇ ଏହି ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଥିବା ସନ୍ଥ ମାନଙ୍କୁ ଅନୁସରଣ କରିବା ସହିତ ଜ୍ଞାନ ଆହରଣ କରି ପ୍ରଭୁଙ୍କ ଆଶୀର୍ବାଦ ରେ ସମସ୍ତ ପ୍ରଶିକ୍ଷାର୍ଥୀ ଅନୁପ୍ରାଣିତ ହେଲେ ହିଁ ପ୍ରଶିକ୍ଷଣ ଶିବିରର ଉଦ୍ୟେଶ ଶତ ପ୍ରତିଶତ ସଫଳ ହେବ ବୋଲି କହିଥିଲେ l ସଂଯୋଜକ ବାସୁଦେବ ଭଟ୍ଟଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଗଠନ ସଚିବ ଡା କରୁଣାକର ପ୍ରଧାନ ସ୍ୱାଗତ ସମ୍ବର୍ଦ୍ଧନା ଓ ପରିଚୟ ପ୍ରଦାନ କରିଥିଲେ l ସଭାପତି ସୁଦର୍ଶନ ନାୟକ, ଆର ସି ଏମ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରବୀର ପାଲ,ପ୍ରତିଷ୍ଠାନର ପଦାଧିକାରୀ ପ୍ରଦୀପ ସାହୁ,ଅସିତ ମହାନ୍ତି, ପ୍ରସନ୍ନ ବିଷୋୟୀ,ରାମ ନାରାୟଣ ମହାନ୍ତି, ଜଗନ୍ନାଥ ପଣ୍ଡା ,ହରେକୃଷ୍ଣ ପ୍ରତିହାରୀ ଆଦି ବିଭିନ୍ନ ପର୍ଯ୍ୟାୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଂଚଳନା କରିଥିଲେ l ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଇଥିବା ସମସ୍ତ 400 ଜଣ ପ୍ରଶିକ୍ଷାର୍ଥୀଙ୍କୁ ଉପଢୌକନ ଓ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା l ଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ପରିଷଦ ଖୋର୍ଦ୍ଧା, ର ସଭାପତି ପ୍ରସନ୍ନ ବଡ଼ଜେନା,ସମ୍ପାଦକ ସୁଦର୍ଶନ ଚମ୍ପତି,ପ୍ରଶାନ୍ତ ସ୍ୱାଇଁ, ମାୟାଧର ହୋତା, କାଶୀନାଥ ଜେନା, ଲକ୍ଷ୍ମୀଧର ବେହେରା, ଲାବଣ୍ୟ ଜୟସିଂ,ବେଣୁଧର ଜେନା, ଅକ୍ଷୟ ବରାଳ, ଦୁର୍ଯୟ ମହାନ୍ତି, ନିରାକାର ଜେନା, ପ୍ରତାପ ଜେନା, ଦେବେନ୍ଦ୍ର ବରାଳ ଆଦିଙ୍କ ନେତୃତ୍ୱରେ ବିଭିନ୍ନ ବ୍ଲକ ରୁ 400 ରୁ ଉର୍ଦ୍ଧ ପ୍ରଶିକ୍ଷାର୍ଥୀ ପ୍ରବାଚକ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ନେଇଛନ୍ତି l ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ସାଂସ୍କୃତିକ ଦଳ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା l ସୁବ୍ରତ,ଶୁଭକାନ୍ତ, ସୁଶୀଲ, ପୂଜା, କୁଳମଣି, ଯୋଗେଶ ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Leave A Reply

Your email address will not be published.