ଚଳିତ ବର୍ଷ ଜାମ୍ମୁ-କାଶ୍ମୀରରେ ହୋଇଛି ମୋଟ୍ ୯୩ଟି ଏନକାଉଣ୍ଟର, ୧୭୧ଜଣ ଆତଙ୍କବାଦୀ ମରିଛନ୍ତି

0

ନୂଆଦିଲ୍ଲୀ (ଆମ ଟିଭି): ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧରେ ଭାରତୀୟ ସେନା ପକ୍ଷରୁ ଜାରି ରହିଛି ଲଗାତର ଅପରେସନ । ଏହାରି ଭିତରେ କାଶ୍ମୀର ଏଡିଜିପି କହିଛନ୍ତି କି କେବଳ କାଶ୍ମୀର ଜୋନରେ ଚଳିତ ବର୍ଷ ମୋଟ ୯୩ ଟି ସଫଳ ଏନକାଉଁଣ୍ଟର ହୋଇଛି । ଏହି ଏନକାଉଁଣ୍ଟରରେ ୧୭୨ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି । ଏଭଳି ଘଟଣାରେ ୪୨ ଜଣ ଆତଙ୍କବାଦୀ ମଧ୍ୟ ସାମିଲ ଅଛନ୍ତି ।

କାଶ୍ମୀର ଜୋନର ଏଡିଜିପି ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଏହି ଏନକାଉଁଣ୍ଟରରେ ଲସ୍କର-ଇ-ତୋଏବା ଓ ଟିଆରଏଫ ସଂଗଠନର ସର୍ବାଧ୍ଚଳ ୧୦୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏହାପରେ ଆତଙ୍କବାଦୀ ସଂଗଠନ ଜୈଶ ଇ- ମହମ୍ମଦର ୩୫ଜଣ, ଏସଏମକେର ୨୨ ଜଣ, ଅବ୍ ବଦ୍ର ର ୪ଜଣ ଓ ଏଜିୟୁଏଚ ସଂଗଠନର ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏହାସହ ଚଳିତ ବର୍ଷ ଆତଙ୍କବାଦୀ ସଂଗଠନରେ ଗତବର୍ଷ ଠାରୁ ୩୭ ପ୍ରତିଶତ କମ ପିଲା ଯୋଗ ଦେଇଛନ୍ତି ।

ସେପଟେ ଚଳିତବର୍ଷ କାଶ୍ମୀରରେ ଭିନ୍ନ ଭିନ୍ନ ଆତଙ୍କବାଦୀ ଆକ୍ରମଣରେ ସାଧାରଣ ନାଗରିକଙ୍କ ଜୀବନ ଯାଇଛି । ଏଡିଜିପିଙ୍କ ଟ୍ୱିଟ୍ ମୁତାବକ ଚଳିତବର୍ଷ ଆତଙ୍କବାଦୀଙ୍କ ଆକ୍ରମଣରେ ୨୯ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.