ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ, ବିଶାଲ ଦେବ ଶକ୍ତି ବିଭାଗର ସଚିବ

0

ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ  କରିଛନ୍ତି ରାଜ୍ୟ ସରକାର। ଶକ୍ତି ବିଭାଗ ସଚିବ ପଦରୁ ହେମନ୍ତ ଶର୍ମା ହଟିଛନ୍ତି। ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ଖାଦ୍ୟ ଯୋଗାଣ ସଚିବ ପଦରୁ ହଟିଛନ୍ତି ବୀର ବିକ୍ରମ ଯାଦବ। ତାଙ୍କ ସ୍ଥାନରେ ପ୍ରମୁଖ ସଚିବ ସଞ୍ଜୟ ସିଂହଙ୍କୁ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସେହିପରି କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ OPTCL ସିଏମ୍‌ଡି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଗିରିଶ ଏସ୍‌ଏନ୍‌ଙ୍କୁ ପଞ୍ଚାୟତିରାଜ ଦାୟିତ୍ୱ ଦିଆଯାଇଛି।

ସେହିପରି ସ୍ୱତନ୍ତ୍ର ସଚିବ ଗୁହା ପୁନମ ତାପସ କୁମାରଙ୍କୁ ବୟନ ହସ୍ତତନ୍ତ ବିଭାଗର ଦାୟିତ୍ୱ ଦିଆଯାଇଛି। ଗୁହା ପୁନମ ତାପସ କୁମାରଙ୍କୁ ଅବକାରୀ କମିଶନର-ସଚିବ ଦାୟିତ୍ୱ ମଧ୍ୟ ଦିଆଯାଇଛି।

Leave A Reply

Your email address will not be published.