ଆଧାରକାର୍ଡ ଥିବା ବ୍ୟକ୍ତିଙ୍କୁ ମିଳୁ ଟ୍ୱିଟରେ ବ୍ଲୁ ଟିକ୍: କଙ୍ଗନା ରାଣାୱତ

0

ନୂଆଦିଲ୍ଲୀ (ଆମ ଟିଭି): ଟ୍ୱିଟର ଏଲନ ମସ୍କଙ୍କ ହାତକୁ ଯିବା ପରେ ଏହାର ନିୟମାବଳୀ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି । ବ୍ଲୁ ଟିକ୍ ବା ଭେରିଫାଏଡ ଆକାଉଣ୍ଟ ପାଇଁ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କଙ୍କ ମାସକୁ ୮ ଡଲାର ଚାର୍ଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମସ୍କଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ସେ କହିଛନ୍ତି, ୟୁଜରମାନେ କିଛି କିଛି ଅର୍ଥ ଦେଲେ ସଂସ୍ଥାର ସାଧୁତା ବଜାୟ ରଖିବାରେ ତାହା ସହାୟକ ହେବ। ଦୁନିଆରେ କିଛି ମାଗଣା ନାହିଁ। ଯଦି ଏସବୁ ପ୍ଲାଟଫର୍ମ ମାଗଣାରେ ସେବା ଯୋଗାଇଦେବେ ତାହେଲେ ସେଗୁଡ଼ିକ ଚାଲିବ କିପରି ବୋଲି କଙ୍ଗନା କହିଛନ୍ତି। ଏହାବ୍ୟତୀତ ଯେଉଁମାନଙ୍କର ଆଧାର କାର୍ଡ ଅଛି ସେମାନଙ୍କୁ ନିଶ୍ଚିତ ଭାବରେ ବ୍ଲୁ ଟିକ୍ ମିଳିବା ଆବଶ୍ୟକ ବୋଲି କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି।

ବର୍ତ୍ତମାନ ଥିବା ସାମାଜିକ ଗଣମାଧ୍ୟମଗୁଡ଼ିକ ମଧ୍ୟରେ ଟ୍ବିଟର ସର୍ବୋତ୍କୃଷ୍ଟ। ତେବେ ଅଳ୍ପ କିଛି ଲୋକଙ୍କୁ କାହିଁକି ବ୍ଲୁ ଟିକ୍ ପ୍ରଦାନ କରାଯାଉଛି ଏବଂ ଅନ୍ୟମାନଙ୍କୁ ଏଥିରୁ ବଞ୍ଚିତ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟମାନଙ୍କର ବାସ୍ତବରେ ସତ୍ତା ନାହିଁ କି ବୋଲି କହିଛନ୍ତି। ତେଣୁ ଯେଉଁମାନଙ୍କର ଆଧାର କାର୍ଡ ରହିଛି ସେମାନଙ୍କୁ ବ୍ଲୁ ଟିକ୍ ମିଳିବା ଉଚିତ ବୋଲି କଙ୍ଗନା କହିଛନ୍ତି। ଟ୍ବିଟର ନିୟମକୁ ବାରମ୍ବାର ଉଲ୍ଲଂଘନ କରିବା ଫଳରେ ଗତବର୍ଷ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିଦିଆଯାଇଥିଲା।

Leave A Reply

Your email address will not be published.