ଭୁବନେଶ୍ୱର (ଆମ ଟିଭି): ସ୍କୁଲ ଗୁଡ଼ିକରେ ନାମଲେଖା ଜାରି ରହିଛି । ଏହାରି ଭିତରେ କେତେକ ବିଦ୍ୟାଳୟରେ ଅଭିଭାବକଙ୍କୁ ଆଧାରକାର୍ଡ ମଗାଯାଉଥିବା ଦେଖିବାକୁ ମିଳିଛି । ଏବେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଆଧାରକାର୍ଡ ବିନା ନାମଲେଖା ହୋଇପାରିବ ବୋଲି ବିଭାଗୀୟ ସଚିବ ଅଶ୍ୱଥି ଏସ୍ ମଙ୍ଗଳବାର ସବୁ ଜିଲାର ଶିକ୍ଷାଧିକାରୀଙ୍କୁ ଚିଠି କରିଛନ୍ତି।
ନାମଲେଖା ପରେ ଛାତ୍ରୀଛାତ୍ର ଆଧାରକାର୍ଡ ପ୍ରସ୍ତୁତ କରି ଜମା କରିପାରିବେ। ଏ ସମ୍ପର୍କିତ ନିର୍ଦ୍ଦେଶ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜଣାଇ ଦେବା ସହ ଯେପରି କେହି ଏହାର ଉଲ୍ଲଂଘନ ନ କରନ୍ତି ସେନେଇ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ରହିଛି। ସଚିବ ଚିଠିରେ ଲେଖିଛନ୍ତି, ନାମଲେଖା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇ ପାରିବ ନାହିଁ। ପରବର୍ତ୍ତୀ ସମୟରେ ଛାତ୍ରୀଛାତ୍ର ଜିଲାର ଅଧିକାରୀଙ୍କ ସହ ଯୋଗାଯୋଗ କରି ଆଧାର କାର୍ଡ କରିପାରିବେ।