୧୦ ବର୍ଷରେ ଥରେ ଆଧାରକାର୍ଡ ଅପଡେଟ୍ ଜରୁରୀ

0

ଭୁବନେଶ୍ୱର (ଆମ ଟିଭି): ଆଜିକା ଦିନରେ ଆଧାରକାର୍ଡ ନିହାତି ଜରୁରୀ । ସବୁଠି ଆଧାରକାର୍ଡ଼ର ଉପଯୋଗିତା ଦେଖିବାକୁ ମିଳୁଛି । ଆଧାରକାର୍ଡର ବ୍ୟବହାର ସହ ଏହାର ଅପଡେଟ୍ ନିହାତୀ ଜରୁରୀ । ପ୍ରତ୍ୟେକ ୧୦ ବର୍ଷ ଅନ୍ତରରେ ଆଧାରକାର୍ଡ ଅପଡେଟ କରିବା ନେଇ ନିୟମ ରଖାଯାଇଛି। ପୁରୀରେ ଏନଇ ବ୍ୟାପକ ସଚେତନତା ମାଧ୍ୟମରେ ଏହାକୁ ସଫଳ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ଣରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପ୍ରକୋଷ୍ଠରେ ଆଧାର କାର୍ଡ ଅପଡେଟ୍ ସମ୍ପର୍କିତ ଏକ ବୈଠକରେ ଆଲୋଚନା କରାଯାଇଛି।

ଶ୍ରୀ ସାହୁ ଏଥିରେ ଅଧ୍ୟକ୍ଷତା କରି କହିଲେ, ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ରାସନ ସାମଗ୍ରୀ ନେବା, ଛାତ୍ର ବୃତ୍ତି ପାଇବା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟରେ ଆଧାରକାର୍ଡ ସହାୟକ ହେଉଛି ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ସରକାର ଏହାକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି। ତେଣୁ ବ୍ୟାପକ ଜାଗରଣ ମାଧ୍ୟମରେ ଲୋକଙ୍କୁ ଅବଗତ କରାଇବା ନେଇ ପ୍ରକ୍ରିୟା ଜାରି କରିବାକୁ କହିଛନ୍ତି।

 

Leave A Reply

Your email address will not be published.