ଆପ୍ ବିଧାୟକ ଅମାନତୁଲ୍ଲାଙ୍କ ଘରେ ଇଡିର ଚଢାଉ

0

ନୂଆଦିଲ୍ଲୀ(ଆମ ଟିଭି): ଗତ କିଛି ଦିନ ହେବ ଇଡି ଆକ୍ସନ ମୁଡରେ ରହିଛି । ଇଡି ଟାର୍ଗେଟରେ ବର୍ତ୍ତମାନ ରହିଛି ଆମ୍ ଆଦମୀ ପାର୍ଟି । ଏହାରି ଭିତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଦିଲ୍ଲୀରେ ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ବାସଭବନରେ ଚଢ଼ାଉ କରିଛି। ଏହି କାର୍ୟ୍ୟାନୁଷ୍ଠାନ ମନି ଲଣ୍ଡରିଂ ପାଇଁ ଚାଲିଥିବା ସୂଚନା ରହିଛି ।

ଦିଲ୍ଲୀ-ଏନସିଆରରେ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଅମାନତୁଲ୍ଲା ଖାନଙ୍କ ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି (ଇଡି) ଚଢ଼ାଉ କରିଛି। ଏବେ ଖାନଙ୍କ ସହ ଜଡିତ ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । ଦିଲ୍ଲୀର ଜାମିଆ ନଗର ଅଞ୍ଚଳରେ ମଧ୍ୟ ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି। ଗତବର୍ଷ ଅମାନତୁଲ୍ଲା ଖାନଙ୍କ ବିରୋଧରେ ହୋଇଥିବା ୱାକଫ୍ ବୋର୍ଡ ଜମି ଦୁର୍ନୀତିକୁ ଆଧାର କରି ଇଡି ଏହି ଚଢ଼ାଉ କରିଛି। ଗତବର୍ଷ ଦୁର୍ନୀତି ନିବାରଣ ବ୍ୟୁରୋ ଦିଲ୍ଲୀର ଅମାନତୁଲ୍ଲାଙ୍କ ସହ ଜଡ଼ିତ ୫ଟି ସ୍ଥାନରେ ଚଢ଼ାଉ କରିଥିଲା।

 

Leave A Reply

Your email address will not be published.