ଦିଲ୍ଲୀ ନିର୍ବାଚନ ପୂର୍ବରୁ AAPକୁ ବଡ଼ ଝଟ୍‌କା! ଦଳ ଛାଡ଼ିଲେ ୭ ବିଧାୟକ

0

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟିକୁ ବଡ଼ ଝଟ୍‌କା। ଏଠାରେ ଦଳର ୭ ବିଧାୟକ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ତ୍ରିଲୋକପୁରୀ ବିଧାୟକ ରୋହିତ, ଜନକପୁରୀ ବିଧାୟକ ରାଜେଶ ଋଷି, କସ୍ତୁରବା ନଗର ବିଧାୟକ ମଦନ ଲାଲ, ପାଲମ ବିଧାୟକ ଭାବନା ଗୌଡ଼, ନରେଶ ଯାଦବ, ପବନ ଶର୍ମା,ଗିରିଶ ସୋନି ସାମିଲ ଅଛନ୍ତି। ଏହି ବିଧାୟକମାନଙ୍କୁ ଆଗାମୀ ନିର୍ବାଚନ ଲାଗି ଟିକେଟ ଦିଆଯାଇ ନ ଥିଲା।

ହଠାତ୍‌ ଆପ୍‌ର ୭ ବିଧାୟକ ଇସ୍ତଫା ଦେବା ପରେ ଭାଜପା କଟାକ୍ଷ କରିଛି। ଦଳର ଏମ୍‌ପି ଅନୁରାଗ ଠାକୁର କହିଛନ୍ତି, ପ୍ରଥମେ ତାଙ୍କର ୨ ଦଳିତ ନେତା ଏମିତି କହି ଇସ୍ତଫା ଦେଇଥିଲେ ଯେ ଦଳ ଦଳିତ ବିରୋଧୀ। ପରେ ମହିଳା ଏମ୍‌ପି ଗମ୍ଭୀର ଅଭିଯୋଗ ଆଣିଥିଲେ। ଏବେ ତାଙ୍କ ଦଳରେ ଚାଲିଥିବା ଭ୍ରଷ୍ଟାଚାରରେ ଅତିଷ୍ଟ ହୋଇ ୭ ବିଧାୟକ ଇସ୍ତଫା ଦେଇଛନ୍ତି। ଏଥିରୁ ଭାଜପା ସରକାରଗଠନ କରୁଛି ବୋଲି ଦିଲ୍ଲୀବାସୀ ସ୍ପଷ୍ଟ ହୋଇ ସାରିଥିବା ଜଣାପଡ଼ୁଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.