ଅବଦୁର ରେହମାନକୁ ୭ ବର୍ଷ ୫ମାସ ଜେଲ୍

0

କଟକ(ଆମ ଟିଭି): ମହଙ୍ଗା ପଡ଼ିଲା ଅଲକାଏଦା ସହ ଲିଙ୍କରେ ରହିବା । ଅବଦୁର ରେହମାନକୁ ୭ବର୍ଷ ୫ମାସ ଜେଲଦଣ୍ଡ। ଅଲକାଏଦା ଲିଙ୍କରେ ଅବଦୁରକୁ ପଟିଆଲା ହାଉସକୋର୍ଟ ଶୁଣାଇଲେ ଦଣ୍ଡାଦେଶ। ଅବଦୁର ସହ ଅନ୍ୟ ତିନି ସହଯୋଗୀଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏହାସହ ୨୫ ହଜାର ଲେଖାଏଁ ଜରିମାନା ଦଣ୍ଡାଦେଶ ଦିଆଯାଇଛି।

ଆତଙ୍କବାଦ କାର୍ୟ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗରେ ୨୦୧୫ ମସିହା ଡିସେମ୍ବର ୧୬ରେ ଅବଦୁରକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ। ଜଗତପୁରର ପଶ୍ଚିମକଚ୍ଛ ଗାଁରୁ ଅବଦୁରକୁ ଗିରଫ କରାଯାଇଥିଲା । ଅବଦୁର ଅଲକାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟର ସଦସ୍ୟ ବୋଲି ଜଣାପଡ଼ିଥିଲା। ସେ ସଂଗଠନର ନିଯୁକ୍ତି କଥା ବୁଝୁଥିଲା ବୋଲି ପୋଲିସ୍ କହିଥିଲା। ଅନେକ ଥର ପାକିସ୍ତାନ ଯାଇ ଆତଙ୍କୀ ସଂଗଠନର ମୁଖିଆଙ୍କୁ ଭେଟିଥିଲା । ତଦନ୍ତ ସମୟରେ ଅବଦୁର ପାଖରୁ ମୋବାଇଲ୍, ଟାବଲେଟ୍ ଓ ପାସପୋର୍ଟ ଜବତ ହୋଇଥିଲା ।

Leave A Reply

Your email address will not be published.