ପୁରୀ (ଆମ ଟିଭି): ଆଜି ପବିତ୍ର ହେରାପଞ୍ଚମୀ । ବିଧି ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଉପରେ ଅଭିମାନ କରି ମା ଲକ୍ଷ୍ମୀ ଶ୍ରୀମନ୍ଦିରରୁ ବିମାନରେ ବିଜେ କରିଆସିବେ ଶ୍ରୀମନ୍ଦିରକୁ । ଆଉ ମହାପ୍ରଭୁଙ୍କ ଦର୍ଶନ କରିନପାରି ରାଗ ଜର୍ଜରିତ ହୋଇ ନନ୍ଦିଘୋଷ ରଥ ଭାଙ୍ଗି ଫେରିଯିବେ । ମାଆଙ୍କ ଅଭିମାନ ଦେଖିବାପରେ ବଡଠାକୁର ଶ୍ରୀମନ୍ଦିର ଫେରିବାକୁ ପ୍ରସ୍ତୁତ ହେବେ ।
ତେବେ ଏହି ହେରାପଞ୍ଚମୀ ନୀତି ଦେଖିବାପାଇଁ ଭକ୍ତଙ୍କ ମଧ୍ୟରେ ରହିଥାଏ ନିଆରା ଆବେଗ । ସେପଟେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଏହାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ବ୍ୟାରିକେଡରେ ଯାଇ ଦର୍ଶନକରି ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିଛନ୍ତି ।