‘ଅଭିସାର’ ଏକ ପ୍ରେମ କାହାଣୀ…” ଓଡ଼ିଆ ଚଳଚ୍ଚିତ୍ର ର ପୋଷ୍ଟର ଉନ୍ମୋଚିତ

0

ଭୁବନେଶ୍ୱର (ଆମ ଟିଭି): ଫ୍ୟୁଜନ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମାଣ ହୋଇଥିବା ଭିନ୍ନ ଧରଣର ମୌଳିକ କାହାଣୀ ର ଚଳଚ୍ଚିତ୍ର ଯାହାର ନାଁ “ଅଭିସାର, ଏକ ପ୍ରେମ କାହାଣୀ” ର “ପୋଷ୍ଟର ଉନ୍ମୋଚନ” କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ର ବର୍ଣ୍ଣାଢ୍ୟ ପରିବେଶ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାହାଣୀରେ ଫ୍ୟୁଜନ୍ ଏଣ୍ଟରଟେନମେଣ୍ଟ ନାୟିକା ଭୂମିକାରେ ଜଣେ କିନ୍ନରଙ୍କୁ ନେଇଛନ୍ତି ଯାହା ସର୍ବଭାରତ ସ୍ତରରେ ପ୍ରଥମ।ଏହି ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ମୀରା ପରିଡା ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସାଧନା ମିଶ୍ର ଏବଂ ଶ୍ରୀମତୀ ଲୋରା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ l ଚଳଚ୍ଚିତ୍ର ର କାହାଣୀ ଶ୍ରୀମତୀ ସଂଘମିତ୍ରା ଭଞ୍ଜ ଲେଖିଛନ୍ତି ଏବଂ ଚିତ୍ରନାଟ୍ୟ, ସଂଳାପ ତଥା ନିର୍ଦ୍ଦେଶନା ଦାୟିତ୍ୱ ରେ ରହିଛନ୍ତି ରଞ୍ଜିତ ମହାନ୍ତି l ଚିତ୍ରତ୍ତୋଳନ ଦାୟିତ୍ୱ ପ୍ରସନ୍ନ କୁମାର ଙ୍କ କାନ୍ଧରେ ରହିଛି ଏବଂ ସମ୍ପାଦନା ଦାୟିତ୍ୱ ରେ ରହିଛନ୍ତି ଚନ୍ଦ୍ରଶେଖର ମିଶ୍ର l ଚଳଚ୍ଚିତ୍ର ର ଏକ ପ୍ରମୁଖ ବିଭାଗ ସଙ୍ଗୀତ ଦାୟିତ୍ୱ ରେ ଅଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବିଭୁତି ଭୂଷଣ ଗଡ଼ନାୟକ l ଏହାର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ସନ୍ଦୀପ ମହାପାତ୍ର ଏବଂ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ରହିଛନ୍ତି l ମୁଖ୍ୟ ଚରିତ୍ର ରେ ମୀରା ପରିଡା, ନବାଗତ ଅଭିନେତା ରୁଦ୍ର ପ୍ରତାପ ମହାନ୍ତି ଏବଂ ଅଭିନେତ୍ରୀ ଭୂମି ଙ୍କ ବ୍ୟତୀତ ସହ କଳାକାର ଆର୍ଯ୍ୟ ମହାନ୍ତି, ଶିବାଜୀ ରାଜା ପ୍ରମୁଖ ଅଭିନୟ କରିଛନ୍ତି l

ଆମ ସମାଜ ରେ ଏମିତି କିଛି ମୌଳିକ ହୃଦୟସ୍ପର୍ଶୀ କଥା ଅଛି ଯାହାର ପ୍ରତି ଟି ପୃଷ୍ଠା ଲେଉଟାଇଲେ ତାହା କାହାଣୀ ର ରୂପ ନିଏ l ଆଉ ତାକୁ ଜୀବନ୍ତ ରୂପ ଦେବାକୁ ଚାହିଁଲେ କାହଁକି କେଜାଣି ପାଦ ପଛଘୁଞ୍ଚା ଦିଏ l ହେଲେ ଫ୍ୟୁଜନ ଏଣ୍ଟରଟେନମେଣ୍ଟ ପଛଘୁଞ୍ଚା ନୁହେଁ, ଆଗକୁ ଆଗକୁ ପାଦ ବଢ଼lଇ ସମାଜରେ ଘଟୁଥିବା ନିତିଦିନିଆ କାହାଣୀ କୁ ଚଳଚ୍ଚିତ୍ର ର ରୂପ ଦେଇ ପ୍ରତିଟି ଦର୍ଶକ ଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ଜାରି ରଖିଚି l

ଫ୍ୟୁଜନ ଏଣ୍ଟରଟେନମେଣ୍ଟ ପ୍ରଥମ ଥର ପାଇଁ ନାୟିକା ଭୂମିକା ରେ ଜଣେ କିନ୍ନର ଙ୍କୁ ନେଇଛନ୍ତି l ଯାହା ସର୍ବ ଭାରତୀୟ ସ୍ତରରେ ପ୍ରଥମ ଏବଂ ନିଆରା ପଦକ୍ଷେପ l

ଚଳଚ୍ଚିତ୍ର ର କାହାଣୀ ଚିରାଚରିତ କାହାଣୀ ଠୁ ଅଲଗା ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରଥମ ବୋଲି ନିର୍ଦ୍ଦେଶକ ମତ ପ୍ରକାଶ କରିଛନ୍ତି l ଖୁବ ଶୀଘ୍ର ପେକ୍ଷାଳୟ ରେ ମୁକ୍ତିଲାଭ କରିବ ଏବଂ ଚଳଚ୍ଚିତ୍ର “ଅଭିସାର, ଏକ ପ୍ରେମ କାହାଣୀ” କୁ ସାରା ଓଡିଶାବାସୀ ଢେର ଭଲ ପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ଆଶାପ୍ରକଟ କରିଛନ୍ତି l ଏହି ଚଳଚ୍ଚିତ୍ର ର ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ l

Leave A Reply

Your email address will not be published.