ନିଜ ବିବାହ ବିଛେଦ ଗୁଜବକୁ ନେଇ ମୁହଁ ଖୋଲିଲେ ଅଭିଷେକ ବଚ୍ଚନ

0

ନୂଆଦିଲ୍ଲୀ(ଆମ ଟିଭି): ଅଭିଷେକ ବଚ୍ଚନ ଓ ଐଶ୍ଵର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ କିଛି ମାସ ହେବ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି । ତେବେ ଦୁହିଙ୍କ ବିବାହ ବିଛେଦକୁ ନେଇ ବିଭିନ୍ନ ଘଟଣା ସୋସିଆଲ ମିଡିଆରେ ଭାଇରାଲ ଦେବାରେ ଲାଗିଛି । କୁହାଯାଇଛି କି ବହୁତ ଦିନ ସାଥିରେ ରହିବା ପରେ ସେମାନେ ପରସ୍ପରଠାରୁ ବିଛେଦ ହେବାକୁ ଯାଉଛନ୍ତି । କିନ୍ତୁ ଏହି ଦମ୍ପତିଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କିଛି ସଠିକ ତଥ୍ୟ ମିଳିନାହିଁ । ଏହି ସମୟରେ ଅଭିଷେକ ନିଜ ଫିଲ୍ମ ଆଇ ୱାଣ୍ଟ ଟୁ ଟକର ପ୍ରମୋସନ ସମୟରେ ଗୁଜବ ହୋଇଥିବା କିଛି ଘଟଣା ସମ୍ପର୍କରେ କହିଛନ୍ତି । ତେବେ ଆସନ୍ତୁ ଜାଣିବା ସେ କଣ କହିଛନ୍ତି ।

ଜୀବନରେ ଯେତେ କଠିନ ସମସ୍ୟା ଏବଂ ପରିସ୍ଥିତି ଆସୁନା କାହିଁକି ମଣିଷ କେବେ ଭାଙ୍ଗି ପଡିବା ଉଚିତ ନୁହେଁ । ସବୁବେଳେ ନିଜର ଆଶା ଓ ନିଜର ଲକ୍ଷକୁ ଖୋଜିବା ପାଇଁ ପ୍ରଚେଷ୍ଟା କରିବା ଉଚିତ । ପରସ୍ପରଠାରୁ ନକାରାତ୍ମକ ଚିନ୍ତାଧାରାରୁ ଦୁରେଇ ରହିବାକୁ ଚାହୁଛନ୍ତି । କଥାବାର୍ତ୍ତା ମଧ୍ୟରେ ସେ କହୁଛନ୍ତି କି ହିନ୍ଦୀରେଏକ ଶବ୍ଦ ଅଛି ଯାହାକି ଦୃଢ଼ତା । ଆପଣ ଯାହା ତାହା ହିଁ ରୁହନ୍ତୁ କାହାପାଇଁ ନିଜକୁ ବଦଳାଇଦେବା ଉଚିତ ନୁହେଁ। କେବେହେଲେ ନିଜର ଚିନ୍ତାଧାରାକୁ ବଦଳେଇବା ଉଚିତ ନୁହେଁ । ଅଭିଷେକ କହିଛନ୍ତି ଯେତେବେଳେ ଖରାପ ନିଜର ଖରାପକୁ ଛାଡିପାରୁନାହିଁ ତ ଭଲ କେମିତି ନିଜ ଭଲକୁ ଛାଡିପାରିବ । ମୁଁ ଯାହା ଅଛି ତାହାହିଁ ରହିଥିବି ମୁଁ ନିଜକୁ ବଦଳେଇ ପାରିବି ନାହିଁ। ମୁଁ ଜଣେ ସକରାତ୍ମକ ବ୍ୟକ୍ତି କେବେ ମୁଁ ନକରାତ୍ମକ ହୋଇପାରିବି ନାହିଁ ।

ଯେତେବେଳେ ଆପଣ କିଛି ନକରାତ୍ମକ ଚିନ୍ତାଧାରାକୁ ଗୁରୁତ୍ବ ଦେବେ ସେତେବେଳେ ଏହାର ପ୍ରଭାବ ଆପଣଙ୍କ ଉପରେ ପଡିବ । ଏହାପରେ ଜୀବନରେ ସଚ୍ଚଟତା ରହିବାକୁ କହିଥିଲେ ଅଭିଷେକ । ଯେତେବେଳେ ଆପଣଙ୍କ ଅସୁବିଧା ଦିନ ଗୁଡିକରେ ଆଶାର କିରଣ ଓ ସୂର୍ଯ୍ୟଙ୍କୁ ଦେଖୁଛନ୍ତି ତାହାଲେ ତାହାକୁ ଧରି ରଖିବାକୁ ଚେଷ୍ଟା କରନ୍ତୁ । ଯାହା ଆପଣଙ୍କୁ ଜୀବନରେ ଆଗକୁ ବଢାଇବାକୁ ଚେଷ୍ଟା କରିବ । ଆଜିକାଲି ଲୋକମାନେ ନକରାତ୍ମକ ଚିନ୍ତାଧାରା ସହ ଅନ୍ଧାରର ବୁଡି ଯିବା ମଧ୍ୟ ଅତି ସହଜ ହୋଇଗଲାଣି । କେତେବି ଅସୁବିଧା ଆସୁନା କାହ୍ଁକି ନିଜକୁ ପ୍ରେରଣା ଯୋଗାଇଥିବା କିରଣକୁ ଖୋଜନ୍ତୁ ।

Leave A Reply

Your email address will not be published.