ଭୁବନେଶ୍ୱର (ଆମ ଟିଭି): ବିଜେଡିରେ ଅଛନ୍ତି ୧୦୦ରୁ ଉର୍ଦ୍ଧ୍ବ ବିଭୀଷଣ । ବିଜେଡିର ୮୦ ପ୍ରତିଶତ ନେତୃତ୍ବ ଦଳ ଛାଡ଼ିବା ପାଇଁ ମାନସିକସ୍ତରରେ ପ୍ରସ୍ତୁତ ଅଛନ୍ତି ।
ବିଜେଡିର ଯେଉଁ ନେତାମାନେ ରାବଣ, ରାଜ୍ୟକୁ ଶେଷ କରିବାକୁ ଚାହୁଁଛନ୍ତି ସେମାନେ ସମସ୍ତେ ବିଜେପି ସହ ଜଡ଼ିତ ଅଛନ୍ତି ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅନ୍ୟପଟେ ମନ୍ତ୍ରୀ ପ୍ରତାବ ଦେବ ଭି କାଉଣ୍ଟର କରି କହିଛନ୍ତି ବିଜେପି ବିଧାୟକ ଅଛନ୍ତି ବିଜେପିରେ । ଯାହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି ।