୨୦ ଡିଗ୍ରୀ ତଳକୁ କରିହେବନି AC: AC ଚଳାଇବାକୁ ଆସିବ ନୂଆ ନିୟମ

0

ନୂଆଦିଲ୍ଲୀ(ଆମ ଟିଭି): ଏଣିକି ଘରେ ନିଜର କୋଠରୀକୁ ସିମଲା ଭଳି ଥଣ୍ଡା କରିହେବ ନାହିଁ। ୨୦ ଡିଗ୍ରୀ ତଳକୁ କରିହେବନି AC। ଏ ନେଇ ଖୁବଶୀଘ୍ର ସରକାର ନୂଆ ନିୟମ ଆଣିବାକୁ ଯାଉଛନ୍ତି। କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହି ବଡ଼ ଘୋଷଣା କରିଛନ୍ତି।

ଏହି ନିୟମ ଅନୁଯାୟୀ, ଏସିର ତାପମାତ୍ରା ୨୦ ଡିଗ୍ରୀରୁ ୨୮ ଡିଗ୍ରୀ ମଧ୍ୟରେ ସ୍ଥିର କରାଯିବ। ଲୋକେ ୨୦ ଡିଗ୍ରୀ ତଳକୁ ଥଣ୍ଡା ଏବଂ ୨୮ ଡିଗ୍ରୀ ଉପରକୁ କରିପାରିବେ ନାହିଁ। ଏହା ଦ୍ଵାରା ବିଦ୍ୟୁତ୍ ସଞ୍ଚୟ ସହ ପରିବେଶ ପାଇଁ ଲାଭଦାୟକ ହେବ। ଏହି ନିୟମ ଏସି କମ୍ପାନୀଗୁଡ଼ିକୁ ମନଇଚ୍ଛା ତାପମାତ୍ରା ସ୍ଥିର କରିବାରୁ ରୋକିବ। ଏୟାର କଣ୍ଡିସନିଂ ମାନଦଣ୍ଡ ସମ୍ପର୍କରେ ଖୁବଶୀଘ୍ର ଏକ ନୂତନ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ସମସ୍ତେ ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ପରିସର ମଧ୍ୟରେ ଏସି ବ୍ୟବହାର କରନ୍ତୁ ବୋଲି ସରକାର ଚାହୁଁଛନ୍ତି। ଏହା ବିଦ୍ୟୁତ୍ ବ୍ୟବହାର ହ୍ରାସ କରିବ। ବିଦ୍ୟୁତ୍ ସଞ୍ଚୟ କରିବା ଦ୍ୱାରା ଦେଶ ଆର୍ଥିକ ଭାବରେ ମଧ୍ୟ ଲାଭବାନ ହେବ। ଏହା ସହିତ ପରିବେଶ ପ୍ରତି ସୃଷ୍ଟି ହେଉଥିବା ବିପଦ ମଧ୍ୟ ହ୍ରାସ ପାଇବ। ଏହି ନିୟମ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ଲୋକଙ୍କୁ ଏହା ବିଷୟରେ ସଚେତନ କରାଯାଉଛି।

Leave A Reply

Your email address will not be published.