ପରିକ୍ରମା ପ୍ରକଳ୍ପ ବୁଲିବାକୁ ଯିବାବେଳେ ଦୁର୍ଘଟଣା

0

ଖୋର୍ଦ୍ଧା: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିଲେ । ହେଲେ ଅଧା ବାଟରେ ଘଟିଲା ଦୁର୍ଘଟଣା । ଖୋର୍ଦ୍ଧା ନିକଟରେ ଜାତୀୟ ରାଜପଥରେ ବସ୍‌କୁ ଧକ୍କା ଦେଇଛି ଟ୍ରକ୍‌ ।

ଫଳରେ 20 ଜଣ ଯାତ୍ରୀ ଆହତ ହୋଇଛନ୍ତି । 16 ନଂ ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକରେ ଏହି ଦୁର୍ଘଟଣା ଘଟିଛି । ବସ୍ ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଏଥିରେ ଆହତ 20 ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.