ପ୍ରକାଶ ପାଇଲା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିିଙ୍ଗ୍, ଶ୍ରେଷ୍ଠ ଶହେ ତାଲିକାରେ ନାହିଁ ରାଜ୍ୟର ଗୋଟିଏ ବି ସରକାରୀ କଲେଜ
ଭୁବେଶ୍ବର(ଆମ ଟିଭି): ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କି ଫ୍ରେମୱାର୍କ ପକ୍ଷରୁ ଦେଶର ଟପ କଲେଜ ଓ ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ ପାଇଛି । ଏନଆଇଆରଏଫ ପକ୍ଷରୁ ଦେଶର ଟପ୍ ଶିକ୍ଷାନୁଷ୍ଠାନ ତାଲିକା ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜାତୀୟ ଶିକ୍ଷାନୁଷ୍ଠାନ ଟପ ୧୦୦ ବିଶ୍ୱବିଦ୍ୟାଳୟ ରାଙ୍କିଂ ତାଲିକାରେ ପ୍ରଥମ – ଆଇଆଇଟି ବାଙ୍ଗାଲୋର ଦ୍ୱିତୀୟ-ଜେଏନୟୁ ନୂଆଦିଲ୍ଲୀ। ତୃତୀୟ-ଜାମିୟା ମିଲିୟା ଇସଲାମିଆ ୟୁନିର୍ଭସିଟି, ନୂଆଦିଲ୍ଲୀ। ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟଗୁଡିକୁ ୧୧ଟି ବର୍ଗରେ ରାଙ୍କି କରାଯାଇଛି । ଶିକ୍ଷାନୁଷ୍ଠାନରେ ପାଠପଢା, ଭିତିଭୂମି, ଗବେଷଣାକୁ ମାପକାଠି ଭାବେ ନିଆଯାଇଛି । ତେବେ ଓଡିଶାର କୌଣସି ଶିକ୍ଷାନୁଷ୍ଠାନ ଟପ ଟେନରେ ସ୍ଥାନ ପାଇନାହିଁ । ବିଶେଷ କରି ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟ ବହୁ ପଛରେ ପଡି ଯାଇଛି ।
ତେବେ ସାମଗ୍ରିକ ରାଙ୍କିରେ ସୋଆ-୩୦, କିଟ-୩୪, ନିଟ୍- ୩୯ ଓ ଆଇଆଇଟି-୬୫ତମ ସ୍ଥାନରେ ରହିଛି । ସେହିପରି ଇଞ୍ଜିନିୟରିଂରେ ନିଟ୍ ରାଉରକେଲାକୁ ୧୫, ସୋଆକୁ ୨୭ ଓ ଭୁବନେଶ୍ୱର ଆଇଆଇଟିକୁ ୩୬ ତମ ରାଙ୍କ ମିଳିଛି । କିଟ୍ ୪୨ ଓ ସିଭି ରମଣ କଲେଜ ୯୮ ତମ ସ୍ଥାନରେ ରହିଛି । ମେଡିକାଲ ଶିକ୍ଷାରେ ଦିଲ୍ଲୀ ଏମସ ପ୍ରଥମ ସ୍ଥାନରେ ଥିବା ବେଳେ ଓଡିଶାର ସୋଆ ୧୮, ଏମ୍ସ ୨୬, କିଟ୍-୩୦ ଓ ଏସସିବି ୪୪ ତମ ସ୍ଥାନରେ ରହିଛି ।
ଦେଶରେ ଉଚ୍ଚଶିକ୍ଷାର ମାନବୃଦ୍ଧି ତଥା ଏକ ସୁସ୍ଥ ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି ପାଇଁ ପ୍ରତିବର୍ଷ ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କି ଫ୍ରେମୱର୍କ ବା ଏନଆଇଆରଏଫ ପକ୍ଷରୁ ଶ୍ରେଷ୍ଠ ବିଦ୍ୟାଳୟ ଓ ମହାବିଦ୍ୟାଳୟ ତାଲିକା ଘୋଷଣା ହୋଇଥାଏ ।