ଭୁବନେଶ୍ୱର (ଆମ ଟିଭି): ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଜୁପିଟର ପବ୍ଲିକ ସ୍କୁଲ ଭୁବନେଶ୍ୱର ର ଛାତ୍ରଛାତ୍ରୀ ମାନେ CBSE ର ଦଶମ ଓ ଦ୍ୱାଦଶ ପରୀକ୍ଷା ରେ ଅତି ଉତ୍ତମ ଫଳ ପ୍ରଦର୍ଶନ କରିପାରିଛନ୍ତି l ସୁଶ୍ରୀ ପ୍ରିୟଦର୍ଶିନୀ ପଣ୍ଡା ଓ ଶ୍ରୀମାନ ରତ୍ନାକର ସାହୁ ଦ୍ୱାଦଶ ବିଜ୍ଞାନ ରେ ଶତକଡା ୯୬ ରୁ ଅଧିକା ନମ୍ବର ରଖି ସ୍କୁଲ ଟପ୍ପର ହୋଇପାରିଛନ୍ତି l ମୋଟ ୧୧ ଜଣ ଛାତ୍ରଛାତ୍ରୀ 90 ଶତକଡା ରୁ ଅଧିକ ମାର୍କ ପାଇଥିଲା ବେଳେ ଅନେକ ଛାତ୍ରଛାତ୍ରୀ ସେମାନଙ୍କର ଦଶମ ଶ୍ରେଣୀ ମାର୍କ ଅପେକ୍ଷା ଦ୍ୱାଦଶ ଶ୍ରେଣୀ ରେ ଅଧିକା ମାର୍କ ଆଣିପାରିଛନ୍ତି l ଏହି କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଆଣିବା ସହିତ ସେମାନଙ୍କର ମନୋବଳ ବୃଦ୍ଧି କରିପାରିଛି l
2022 ରେ ଅନୁଷ୍ଠିତ JEE ମେନ୍ ପରୀକ୍ଷାରେ ମଧ୍ୟ ଛାତ୍ରଛାତ୍ରୀମାନେ ଉନ୍ନତ ଫଳ ପ୍ରଦର୍ଶନ କରିଥିଲେ l ୧୩ ଜଣ ଛାତ୍ରଛାତ୍ରୀ JEE ଆଡ଼ଭାନ୍ସ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ଛାତ୍ରଛାତ୍ରୀଙ୍କର ଏହି ସଫଳତା ପାଇଁ ସ୍କୁଲର ସଭାପତି ଶ୍ରୀ ବିରଞ୍ଚି ନାରାୟଣ ପଣ୍ଡା ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଧ୍ୟକ୍ଷ ତଥା ଶିକ୍ଷକ ମଣ୍ଡଳୀ ଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ଭବିଷ୍ୟତ ରେ ଅଧିକ ଫଳ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଛନ୍ତି l