ହସ୍ପିଟାଲ ବେଡରେ ଅଭିନେତା ବାବୁସାନ ମହାନ୍ତି
ଭୁବନେଶ୍ୱର (ଆମ ଟିଭି): ଓଲିଉଡ ଅଭିନେତା ବାବୁସାନ ମହାନ୍ତିଙ୍କୁ ନେଇ ଆସିଛି ବଡ଼ ଖବର । ଲୋକପ୍ରିୟ ଅଭିନେତା ବାବୁସାନ୍ ମହାନ୍ତି ଅସୁସ୍ଥ ହୋଇ ପଡ଼ିଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଏବେ ଚିକିତ୍ସାଧୀନ ଅଛନ୍ତି। ଅକ୍ସିଜେନ କମିଯିବାରୁ ବାବୁଶାନ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳିଛି । ଗତ କିଛି ଦିନ ପୂର୍ବରୁ ବାବୁସାନ ‘ରାଇଡିଂ ଫର୍ ଦମନ୍’ ପାଇଁ ଲଦାଖ ଯାଇଥିଲେ । ସେଠାରେ ବାଇକ୍ ଚଳାଇବା ପରେ ତାଙ୍କର ଅକ୍ସିଜେନ୍ ଲେବଲ୍ କମିଥିଲା ।
ଲଦାଖରେ ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ୱର ଫେରିଥିଲେ। ମାତ୍ର ଏଠାରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ୫ଦିନ ହେବ ବାବୁସାନ୍ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସହ ପତ୍ନୀ ଓ ପରିବାର ଲୋକ ଥିବା ଜଣାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଥିବାବେଳେ ଆଉ ଅଳ୍ପ ଦିନରେ ସେ ଘରକୁ ଫେରିବେ ବୋଲି ଜଣାଯାଇଛି।