ରାଜନୀତିରେ ପାଦ ଦେଲେ ଅଭିନେତା ଗୋବିନ୍ଦା
ଲୋକସଭା ନିର୍ବାଚନର ଠିକ ପୂର୍ବରୁ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି ବିଲଉଡ ଅଭିନେତା ଗୋବିନ୍ଦା। ସେ ୨୦୦୪ ଲୋକସଭା ନିର୍ବାଚନ କଂଗ୍ରେସ ଟିକେଟରେ ଜିତିଥିଲେ।
ସେ ୨୦୦୯ ଯାଏ ରାଜନୀତିରେ ବେଶ ସକ୍ରିୟ ଥିଲେ। କିନ୍ତୁ ୨୦୧୦ରୁ ୨୦୨୪ ଯାଏ ତାଙ୍କୁ ଆଉ ରାଜନୀତିରେ ଦେଖିବାକୁ ମିଳି ନଥିଲା। ହେଲେ ଚଳିତ ବର୍ଷର ଲୋକସଭା ନିର୍ବାଚନ ପୂର୍ବରୁ ସେ ରାଜନୀତିକୁ ଫେରିଛନ୍ତି।
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଗୋବିନ୍ଦ ଶିବସେନାରେ ସାମିଲ ହୋଇଛନ୍ତି। ସାମିଲ ହେବା ପରେ ସେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ମୋର ବନବାସ ଶେଷ ହୋଇଛି। ସିନ୍ଦେଜୀଙ୍କ ଅଧୀନରେ ଚାଲିଥିବା ରାମ ରାଜ୍ୟରେ ମୁଁ ପ୍ରବେଶ କରିଛି।”
ଗୋବିନ୍ଦା ଆହୁରି କହିଛନ୍ତି, “୨୦୦୪ରୁ ୨୦୦୯ ଯାଏ ମୁଁ ରାଜନୀତିରେ ଥିଲି। ତାହା ୧୪ତମ ଲୋକସଭା ଥିଲା। ଏବେ ଗୋଟିଏ ଚମତ୍କାର ସଂଯୋଗ ଘଟିଛି। ଏବେ ଦୀର୍ଘ ୧୪ ବର୍ଷର ବ୍ୟବଧାନ ପରେ ମୁଁ ରାଜନୀତିକୁ ଫେରିଛି।”