ଅଭିନେତା ଟାଇଗରଙ୍କ ଭାଙ୍ଗିଲା ଗୋଡ଼

0

ମୁମ୍ବାଇ: ବଲିଉଡ ଅଭିନେତା ତଥା ଆକ୍ସନ ଷ୍ଟାର୍ ଟାଇଗର ଶ୍ରଫ ଆହତ। ଏକ ଆକ୍ସନ ସିନ୍‌ର ଶୁଟିଂ କରିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି। ଫ୍ଲାଇଂ କିକ୍ ମାରିବା ବେଳେ ତାଙ୍କ ଗୋଡ ଭାଙ୍ଗି ଯାଇଛି। ଏନେଇ ଖୋଦ୍ ଟାଇଗର ସୂଚନା ଦେଇଛନ୍ତି। ସୋଶାଲ ମିଡିଆରେ ଟାଇଗର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ଏକ ୱାସ୍ ବେସିନ ଭାଙ୍ଗୁଥିବା ନଜର ଆସିଛନ୍ତି। ଏହି ଷ୍ଟଣ୍ଟ ସିନ୍‌ର ଶୁଟିଂ କରିବା ବେଳେ ତାଙ୍କ ଗୋଡ ଫ୍ୟାକଚର ହୋଇଥିବା କୁହାଯାଉଛି।

ମୁମ୍ବାଇ: ବଲିଉଡ ଅଭିନେତା ତଥା ଆକ୍ସନ ଷ୍ଟାର୍ ଟାଇଗର ଶ୍ରଫ ଆହତ। ଏକ ଆକ୍ସନ ସିନ୍‌ର ଶୁଟିଂ କରିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି। ଫ୍ଲାଇଂ କିକ୍ ମାରିବା ବେଳେ ତାଙ୍କ ଗୋଡ ଭାଙ୍ଗି ଯାଇଛି। ଏନେଇ ଖୋଦ୍ ଟାଇଗର ସୂଚନା ଦେଇଛନ୍ତି।

ସୋଶାଲ ମିଡିଆରେ ଟାଇଗର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ଏକ ୱାସ୍ ବେସିନ ଭାଙ୍ଗୁଥିବା ନଜର ଆସିଛନ୍ତି। ଏହି ଷ୍ଟଣ୍ଟ ସିନ୍‌ର ଶୁଟିଂ କରିବା ବେଳେ ତାଙ୍କ ଗୋଡ ଫ୍ୟାକଚର ହୋଇଥିବା କୁହାଯାଉଛି।

ଭିଡିଓରେ ଟାଇଗର ଜଣେ ବ୍ୟକ୍ତିଙ୍କ ସହ ଜବରଦସ୍ତ ଫାଇଟ୍ କରୁଥିବା ଦେଖିବାକୁ ମିଳିଛି। ଏହି ଆକ୍ସନ ସିନ୍‌ର ଶୁଟିଂ ବେଳେ ସହ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ସେପଟେ ଏହି ଖବର ପାଇ ଟାଇଗରଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି। ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.