ନୂଆଦିଲ୍ଲୀ (ଆମ ଟିଭି): ଆରପାରିରେ ଅଭିନେତ୍ରୀ ତଥା ନେତ୍ରୀ ସୋନାଲୀ ଫୋଗଟ୍ । ଟିକ୍ଟକ୍ ଷ୍ଟାର, ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟ୍ଙ୍କ ପରଲୋକ ଘଟିଛି। ସୋମବାର ରାତିରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଛି। ୪୨ ବର୍ଷୀୟ ସୋନାଲୀ ତାଙ୍କର କିଛି କର୍ମଚାରୀଙ୍କ ସହ ଗୋଆ ବୁଲିବାକୁ ଯାଇଥିବା ବେଳେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୋନାଲୀ ଶେଷ ଥର ପାଇଁ ‘ବିଗ୍ବସ୍-୧୪’ରେ ନଜର ଆସିଥିଲେ। ସେ ଜଣେ ୱାଇଲ୍ଡକାର୍ଡ ପ୍ରତିଯୋଗୀ ଭାବେ ବିଗ୍ବସ୍ ରେ ଏଣ୍ଟ୍ରି କରିଥିଲେ। ତାଙ୍କର ଏଭଳି ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି ।
ସୂଚନାଯୋଗ୍ୟ, ସୋନାଲୀ ୨୦୧୯ରେ ହରିଆଣା ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ଆଦମପୁରରୁ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନ ସମୟରେ ସେ ତାଙ୍କ ଟିକ୍ଟକ୍ ଭିଡିଓ ପାଇଁ ବେଶ୍ ଚର୍ଚ୍ଚାରେ ଥିଲେ। ସୋନାଲୀ ଅନେକ ଟିଭି ଧାରାବାହିକ, ହରିଆଣା ଚଳଚ୍ଚିତ୍ର ଏବଂ ଅନେକ ପଞ୍ଜାବୀ, ହରିଆଣୀ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଛନ୍ତି।