ଫିଲ୍ମ ପଠାନ ନେଇ ଏମିତି କହିଲେ ଅଭିନେତ୍ରୀ ଆଶା ପାରେଖ

0

ମୁମ୍ବାଇ: ଚର୍ଚ୍ଚାରେ ଶାହରୁଖଙ୍କ ଅପ୍‌କମିଂ ଫିଲ୍ମ ପଠାନ୍। ଫିଲ୍ମ ରିଲିଜ ନହେଉଣୁ ଫିଲ୍ମର ଗୀତକୁ ନେଇ ତେଜିଛି ବିବାଦ ଫିଲ୍ମର ପ୍ରଥମ ଗୀତ ବେସରମ୍ ରଙ୍ଗରେ ଅଭିନେତ୍ରୀ ଦୀପିକା ପାଦୁକୋନ ପିନ୍ଧିଥିବା ଗେରୁଆ ରଙ୍ଗର ବିକିନୀକୁ ନେଇ ତୁମ୍ବିତୋଫାନ ଉଠିଛି। ଶାହରୁଖ ଓ ଦୀପିକାଙ୍କ ଡ୍ୟାନ୍ସଙ୍କୁ ଦେଖି ମଧ୍ୟ ଲୋକେ ଆପତ୍ତି ଉଠାଇଛି। ଏପରିକି ଫିଲ୍ମକୁ ବୟକଟ୍ କରିବାକୁ ସୋଶାଲ ମିଡିଆରେ ଟ୍ରେଣ୍ଡ ଆରମ୍ଭ ହୋଇଯାଇଥିବା ବେଳେ ଦୀପିକା ଓ ଶାହରୁଖଙ୍କୁ ହତ୍ୟା ଧମକ ମଧ୍ୟ ମିଳିଥିବା ଜଣାପଡିଛି। ଏହାରି ଭିତରେ ଏହି ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବଲିଉଡର ଭେଟେରାନ୍ ଅଭିନେତ୍ରୀ ଆଶା ପାରେଖ।

୭୦ ଓ ୮୦ ଦଶକର ପପୁଲାର ଅଭିନେତ୍ରୀ ଆଶା ପାରେଖ। ନିଜ ଅଭିନୟ ବଳରେ ସେ ବି-ଟାଉନ୍‌ରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି, ଯାହାକୁ କେହିବି ସହଜରେ ଭୁଲିପାରିବେ ନାହିଁ। ନିକଟରେ ସେ ଏକ ସାକ୍ଷାତକରରେ ଆଜିକାଲିର ବଲିଉଡ ଫିଲ୍ମକୁ ନେଇ ଉଠୁଥିବା ବିବାଦ ବିଷୟରେ ନିଜ ମତ ରଖିଛନ୍ତି।

ସେ ପଠାନର ବେସରମ ରଙ୍ଗ… ଗୀତରୁ ଉପୁଜିଥିବା ବିବାଦକୁ ନେଇ ବର୍ଷିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଇଣ୍ଡଷ୍ଟ୍ରିରେ ବିକିନୀ ନୁହେଁ ଗେରୁଆ ରଙ୍ଗର ବିକିନୀକୁ ନେଇ ପ୍ରଶ୍ନ ଉଠିଛି। ଲାଗୁଛି ସମସ୍ତଙ୍କ ମୁଣ୍ଡ କାମ କରିବା ବନ୍ଦ ହୋଇଯାଇଛି। ଫିଲ୍ମର ଉଦ୍ଦେଶ୍ୟ ହେଉଛି କେବଳ ମନୋରଞ୍ଜନ କରିବା। ତେବେ କେହି ଯଦି ଗେରୁଆ ରଙ୍ଗର ପୋଷାକ ପିନ୍ଧିଛନ୍ତି କିମ୍ବା ଫିଲ୍ମର ନା କିଛି ବି ରଖାହେଉଛି ତେବେ ତାକୁ ବ୍ୟାନ୍ କରିବା ଉଚିତ ନୁୂହେଁ। ଏସବୁ ଆଦୌ ଭଲ ନୁହେଁ। ଏହି କାରଣରୁ ଆମର ଇଣ୍ଡଷ୍ଟ୍ରି ଧୀରେ ଧୀରେ ମରିବାକୁ ଲାଗିଲାଣି। ବର୍ତ୍ତମାନ ପରିସ୍ଥିତି ବହୁତ ଖରାପ। ବଲିଉଡ ଫିଲ୍ମ ଆଉ ଚାଲୁନାହିଁ। ଏଭଳି ସ୍ଥିତି ବୟକଟ୍ ଓ ବ୍ୟାନ୍ ଭଳି ଦାବି ଉଠିବା ଯୋଗୁ ଅନେକ କ୍ଷତି ସହିବାକୁ ପଡୁଛି।

Leave A Reply

Your email address will not be published.