ନୂଆଦିଲ୍ଲୀ (ଆମ ଟିଭି): ୨୦୨୪ ନିର୍ବାଚନରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଅଭିନେତ୍ରୀ କଙ୍ଗନା ରଣାୱତ୍ । ଅନେକ ଦିନ ଧରି ନୀରବତା ପରେ ଏହା ସ୍ପଷ୍ଟ କଲେ କଙ୍ଗନାଙ୍କ ବାପା ଅମରଦୀପ ରଣାୱତ୍ ।
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ନେଇ ନିର୍ବାଚନ ଲଢ଼ିବା ନେଇ ଲଗାତାର ଚର୍ଚ୍ଚା ଚାଲିଆସୁଥିବାବେଳେ ଏବଂ ଏନେଇ ମୁହଁ ଖୋଲିଛନ୍ତି ବାପା ଅମରଦୀପ୍ । ସବୁ ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି । କଙ୍ଗନାଙ୍କ ବାପା ସ୍ପଷ୍ଟ କରିଛନ୍ତି ଯେ , କଙ୍ଗନା ରାଣାୱତ ଲୋକସଭା ନିର୍ବାଚନ ଲଢୁଛନ୍ତି । ତେବେ ସେ କେଉଁଠୁ ନିର୍ବାଚନ ଲଢ଼ିବେ ତାହା ବିଜେପି ସ୍ଥିର କରିବ ବୋଲି ସେ କହିଛନ୍ତି।