ଓଡ଼ିଶାରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର କମିଟିର ସର୍ବକନିଷ୍ଠ ଜୁରୀ ଅଭିନେତ୍ରୀ ପକୃତି ମିଶ୍ର

0

ଭୁବନେଶ୍ୱର (ଆମ ଟିଭି): ତୁଳସୀ ମେଗା ଧାରାବାହିକରୁ ଜଣେ ଶିଶୁ କଳାକାରରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମିଳିଛି ଆଉ ଏକ ସଫଳତା। ସଙ୍ଗୀତମୟ ପରିବାରରେ ଜନ୍ମିତ ପ୍ରକୃତି ଗୀତ, ନୃତ୍ୟ ଏବଂ ଅଭିନୟ ଦୁନିଆରେ ନିଜ ଯାଦୁ ଦେଖାଇଥିବାବେଳେ ହେଲୋ ଆରସି ଚଳଚ୍ଚିତ୍ରରେ ଅଭିନୟ କରି ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଥିଲେ l ଏବେ ସେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଜୁରି ଭାବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି l ଫିଚର ଚଳଚ୍ଚିତ୍ର ବର୍ଗରେ ସେ ଜୁରି ରହିଥିଲେ l

ଏକର ସର୍ବ କନିଷ୍ଠ ଭାବେ ଜାତୀୟ ପୁରସ୍କାର ପରେ ପୁଣି ଏତେ କମ ବୟସରେ ଜୁରି ହେବା ନିଶ୍ଚିତ ଭାବେ ଏହା ଓଡିଶା ପାଇଁ ଗର୍ବର ବିଷୟ l ଆଗାମୀ ଦିନରେ ଅନୁଷ୍ଠିତ ପୁରସ୍କାର ଉତ୍ସବରେ ବି ସେ ଜୁରି ସଦସ୍ୟା ଭାବେ ପୁରସ୍କୃତ ହେବେ l ଶୁକ୍ରବାର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଥିଲା l ସେଥିରେ ଫିଚର ଚଳଚ୍ଚିତ୍ର ବର୍ଗରେ ଓଡ଼ିଆ ଭାଷାରେ ପୁଷ୍କରା ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବରେ ପୁରସ୍କାର ପାଇଁ ମନୋନୀତ ହୋଇଛି l ଏହି ଫିଚର ଚଳଚ୍ଚିତ୍ର ପୁରସ୍କାର ବର୍ଗରେ କେନ୍ଦ୍ରୀୟ ଜୁରି ପ୍ୟାନେଲରେ ୧୧ ଜଣ ସଦସ୍ୟଙ୍କ ମଧ୍ୟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ରହିଥିଲେ l ଆଜି ସେ ଓଡ଼ିଶାରେ ପହଂଚିଥିବା ବେଳେ ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରାଯିବା ସହ ତାଙ୍କର ଏହି ସଫଳତା ଓଡ଼ିଆ ଭାବେ ଗର୍ବ କରି ଅନେକ ଶୁଭେଚ୍ଛା ଜଣାଇଛନ୍ତି l

Leave A Reply

Your email address will not be published.